Sat. Mar 7th, 2026

ଗୁଣି ଗାରେଡ଼ି ସନ୍ଦେହରେ ଆକ୍ରମଣ, ପରସ୍ପର ବିରୋଧରେ ଏତଲା

532 Views

ବୀରମହାରାଜପୁର: ଗୁଣି ଗାରେଡ଼ି ସନ୍ଦେହରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ପିତାମହୁଲ ପଞ୍ଚାୟତ ଟେଭାପଦର ଗାଁର ଦୋଳଗୋବିନ୍ଦ ମେହେର (୫୨)ଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ସେହି ଗାଁର ଝସକେତନ ମେହେର, ଚନ୍ଦ୍ରକାନ୍ତ ମେହେର, ଯଶୋଦା ମେହେର, ମୌସୁମୀ ମେହେର, ଗୀତାଞ୍ଜଳି ମେହେର ପ୍ରମୁଖ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ବୋଲି ଦୋଳଗୋବିନ୍ଦ ସୁବଳୟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦୋଳଗୋବିନ୍ଦଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ପରିବାର ଲୋକେ ବୀରମହାରାଜପୁର ଡାକ୍ତରଖାନାକୁ ଆଣିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଝସକେତନଙ୍କ ସ୍ତ୍ରୀ ଯଶୋଦା ମେହେର ମଧ୍ୟ ଥାନାରେ ଏକ ପାଲଟା ଅଭିଯୋଗ କରିଛନ୍ତି। ଦୋଳଗୋବିନ୍ଦ ଓ ତାଙ୍କ ପୁଅ ଘଟଣାଦିନ ଯଶୋଦାଙ୍କ ଘରକୁ ଆସି ମାଡ଼ ମାରିଛନ୍ତି ବୋଲି ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି। ଏନେଇ ସୁବଳୟା ଥାନା ଏଏସଆଇ ପ୍ରସାଦୀ ପଧାନଙ୍କୁ ଫୋନ ମାଧ୍ୟମରେ ପଚାରିବାରୁ ଉଭୟ ପରିବାର ପକ୍ଷରୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ବୋଲି ସେ କହିଥିଲେ।

By amfnews

Related Post