Fri. Dec 27th, 2024

ଗୁଣିଆ ସନ୍ଦେହରେ ଯୁବକକୁ ନିସ୍ତୁକ ମାଡ, ୫ ଗିରଫ

By amfnews Jul 24, 2020 #Featured
132 Views

ନବରଙ୍ଗପୁର, ଜୁଲାଇ ୨୪ ; ଗୁଣିଆ ସନ୍ଦେହରେ ଜଣେ ଯୁବକକୁ ନିସ୍ତୁକ ମାଡ ମାରିବା ସହ କୋଙ୍ଗାରୁ କୋର୍ଟ ବସାଇ ଯୁବକଙ୍କୁ ଜୋର ଜବରଦସ୍ତ ବିଷ୍ଠା ଖୁଆଯାଇଛି । ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜମାଦାରପୋଡା ଗ୍ରାମରେ । ଏହି ମାମଲାରେ ଗୋଟିଏ ପରିବାରର ପାଞ୍ଚ ଭାଇକୁ ଗିରଫ କରିଛି ଚନ୍ଦାହାଣ୍ଡି ପୋଲିସ । ସୂଚନା ଅନୁଯାୟୀ ଜାମାଦାରପଡା ଗ୍ରାମର ଜଣେ ଯୁବକ ଦେବିସିଂ ହାତି ଗତ ୪ ତାରିଖ ଦିନ ସାପ କାମୁଡାରେ ମୃତ୍ୟୁ ବରଣ କରିଥିଲେ । ମୃତକଙ୍କ ପରିବାର ଲୋକେ ଛତିଡଗଡର ଜଣେ ଗୁଣିଆକୁ ଡାକି ଘରେ ପୂଜା ପାଠ କରିଥିଲେ । ଛତିଶଗଡ଼ର ଗୁଣିଆ ଜଣକ କହିବା ଅନୁଯାୟୀ ସେହି ଗାଁର ହିରାସିଂ ଦଳେଇ ଗୁଣି କରି ସାପ ଦ୍ୱାରା ଦେବିସିଂ ମାରିଦେଇଥିବା କହିଥିଲା । ଗୁଣିଆ କଥାରେ ବିଶ୍ୱାସ କରି ମୃତକ ଯୁବକର ପରିବାର ଲୋକେ ଗାଁରେ ଗତ ୨୦ ତାରିଖରେ କୋଙ୍ଗାରୁ କୋର୍ଟ ବସାଇଥିଲେ । ମୃତକ ଦେବିସିଂ ଙ୍କ ଭାଇମାନେ ଗାଁ ଦାଣ୍ଡରେ ହିରାସିଂ କୁ ମାଡ ମାରିବା ସହ ଜୋର ଜବରଦସ୍ତ ବିଷ୍ଠା ଖୁଆଇଥିଲେ ବୋଲି ଏତଲା ରେ ଦର୍ଶାଯାଇଛି । ଏହି ଘଟଣା ପରେ ହିରାସିଂ ଚନ୍ଦାହାଣ୍ଡି ଥାନାରେ ସମ୍ପୃକ୍ତ ପାଞ୍ଚ ଭାଇଙ୍କ ନାମରେ ଏତଲା ଦେଇଥିଲେ । ଚନ୍ଦାହାଣ୍ଡି ପୋଲିସ ପାଞ୍ଚ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

By amfnews

Related Post