Sun. Dec 29th, 2024

ଗୁଜୁରାଟର ହରିଣୀ ପୋଲିସ ଥାନା ହେଲା ଦେଶର ପ୍ରଥମ ଗ୍ରୀନ ପୋଲିସ ଥାନା

By amfnews Sep 3, 2018 #Featured
188 Views

ଅହମ୍ମଦାବାଦ, ସେପ୍ଟେମ୍ବର ୦୩:

 ଗୁଜୁରାଟର ବଡ଼ୋଦରା ଜିଲ୍ଲାରେ ଥିବା ହରିଣୀ ପୁଲିସ ଥାନାକୁ ଦେଶର ପ୍ରଥମ ଗ୍ରୀନ୍ ପୋଲିସ ଥାନା ଭାବେ ନୁଆ ମାନ୍ୟତା ମିଳିଛି । ଗ୍ରୀନ ବିଲଡ଼ିଙ୍ଗ କାଉନସିଲ ଏହି ମାନ୍ୟତା ପ୍ରଦାନ କରିଛନ୍ତି । ଥାନାରେ ବିଭିନ୍ନ ପ୍ରକାରର ଜରୁରୀକାଳୀନ ସୁବିଧା ଉପଲବ୍ଧ କରାଯାଇଛି । ଏହା ବ୍ୟତୀତ ପାଣି ଓ ବିଜୁଳିର ସଂରକ୍ଷଣ ସହିତ ୨୪ ଘଣ୍ଟିଆ ଯୋଗାଣ ବ୍ୟବସ୍ଥାକୁ ନିଶ୍ଚିତତା କରାଯାଇଛି ।

ଏହି ଥାନାର କୋଠା ଉପରେ ରହିଛି ସୋଲାର ପାନେଲ ଓ ବର୍ଷା ଜଳ ସଂରକ୍ଷଣ ପଦ୍ଧତି । ଜଳକୁ ଗରମ କରିବା ମେସିନ ମଧ୍ୟ ସୌରଶକ୍ତି ସମ୍ପନ୍ନ । ବିଜୁଳି ଓ ପାଣିର ଉତ୍ତମ ବନ୍ଦୋବସ୍ତ ସାଙ୍ଗକୁ ବର୍ଜ୍ୟ ଜଳର ନିର୍ଗମନ ବ୍ୟବସ୍ଥା କରାଯାଇଛି । ଗ୍ରୀନ ବିଲଡ଼ିଙ୍ଗ କାଉନସିଲର ମାନଦଣ୍ଡ ଅନୁସାରେ ଏହାର କୋଠା ନିର୍ମାଣ କରାଯାଇଛି । ଏହା ବଜ୍ରପାତ ମୁକାବିଲା କରିପାରିବା ଶକ୍ତି ରଖିଛି । ବିଜୁଳି ଅପଚୟ ଓ ପାଣି ଅପଚୟକୁ ଏହି କୋଠା ପ୍ରତିରୋଧ କରିବାରେ ସକ୍ଷମ ହୋଇଛି ।

By amfnews

Related Post