Sun. Mar 8th, 2026

ଗୁଗୁଲ ସର୍ଚ୍ଚରେ ପ୍ରିୟଙ୍କା, ମମତାଙ୍କଠୁ ଆଗରେ ଯୋଗୀ

233 Views

ନୂଆଦିଲ୍ଲୀ  : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ସବୁଠୁ ଆଗରେ ରହିଛନ୍ତି। ଦେଶ ବିଦେଶରେ ୨୧ ଜୁନରୁ ୧୮ ଜୁଲାଇ ମଧ୍ୟରେ ହୋଇଥିବା ଗୁଗୁଲ ସର୍ଚ୍ଚରୁ ଏହି ସୂଚନା ମିଳିଛି। ଗୁଗୁଲ ସର୍ଚ୍ଚରେ ଯୋଗୀଙ୍କ ବାବଦରେ ଅଧିକ ଲୋକ ଜାଣିବା ପାଇଁ ଇଚ୍ଛା କରିଥିବା ବେଳେ ଦ୍ୱିତୀୟରେ ରହିଛନ୍ତି ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଲେଶ ସିଂହ ଯାଦବ। ସେହିପରି ତୃତୀୟରେ ବହୁଜନ ସମାଜ ପାର୍ଟିର ପ୍ରମୁଖ ମାୟାବତୀ ଥିବା ବେଳେ ଚତୁର୍ଥରେ ରହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେହିପରି ପଞ୍ଚମ ସ୍ଥାନରେ ପ୍ରିୟଙ୍କା ଗାନ୍ଧି ଭାଡ୍ରା ରହିଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଗୁଲ ସର୍ଚ୍ଚରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପଛରେ ପକାଇ ଦେଇଥିଲେ। ମୋଦି ଏବେ ଗୁଗୁଲ ଇଞ୍ଜିନରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଉଥିବା ବ୍ୟକ୍ତି ହୋଇ ରହିଛନ୍ତି।

By amfnews

Related Post