Sat. Mar 7th, 2026

ଗିରଫ ହେଲେ ପୁଣି ଜଣେ କୋଟିପତି ଫରେଷ୍ଟ ରେଞ୍ଜ ଅଫିସର

291 Views

ବଲାଙ୍ଗୀର, ଡିସେମ୍ବର ୦୫ : ଗିରଫ ହେଲେ ଆଉ ଜଣେ କୋଟିପତି ରେଞ୍ଜ ଅଫିସର  ।  ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ  ବଲାଙ୍ଗୀର ଜିଲ୍ଲାମରିବାହଲ ଫରେଷ୍ଟ ରେଞ୍ଜ ଅଫିସର ପ୍ରଶାନ୍ତ କୁମାର ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର  ଜିଲ୍ଲା ମରିବାହଲ ଫରେଷ୍ଟ ରେଞ୍ଜ ଅଫିସର ପ୍ରଶାନ୍ତ କୁମାର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ରେଡ୍ ବେଳେ ଭିଜିଲାନ୍ସ ଟିମ୍ ପ୍ରଶାନ୍ତଙ୍କର ୧ କୋଟି ୮୬ଲକ୍ଷ ୫୪ ହଜାର ଟଙ୍କାର ସମ୍ପତ୍ତି ଠାବ କରିଛି । 

ଗତକାଲି ଭିଜିଲାନ୍ସ ଟିମ୍ ପଶାନ୍ତ ନାୟକଙ୍କ ଘର ସମେତ ୪ଟି ସ୍ଥାନରେ ରେଡ୍ କରିଥିଲା । ଏଥିରେ ଟିଟିଲାଗଡ଼ରେ ପ୍ରଶାନ୍ତଙ୍କ ୩ ମହଲା ଘର, ଟିଟିଲାଗଡ଼ ବେଲପଦରରେ ଥିବା ଫାର୍ମ ହାଉସ, ମରିବାହାଲ ସରକାରୀ କ୍ବାର୍ଟର ସହ ଅଫିସରେ ମଧ୍ୟ ଚଢ଼ାଉ ହୋଇଥିଲା । ଏହି କୋଟିପତି ଫରେଷ୍ଟ ରେଞ୍ଜରଙ୍କର ଗୋଟିଏ ୩ମହଲା କୋଠା, ୧୦ଟି ପ୍ଲଟ, ୨ଟି କାର୍, ଗୋଟିଏ ବାଇକ, ବିଭିନ୍ନ ବ୍ୟାଙ୍କରେ ଥିବା ଜମା ଟଙ୍କା, ଇନ୍ସ୍ୟୁରାନ୍ସ ପଲିସି, ସୁନାରୂପା ଅଳଙ୍କାର, ନଗଦ ଟଙ୍କା ସହ ୨ଲକ୍ଷ ୭୦ହଜାର ଟଙ୍କାର ଆସବାବ ପତ୍ର ସାମଗ୍ରୀ ରହିଛି । 

By amfnews

Related Post