Mon. Jun 9th, 2025

ଗିରଫଦାରି ଏଡ଼ାଇବାକୁ ଚଳନ୍ତା ରେଳଗାଡ଼ିରେ ବିଷ ଲଡୁ ଖାଇ ଆତ୍ମହତ୍ୟା କଲେ ତାମିଲ୍‌ ଦମ୍ପତି

By amfnews Aug 22, 2018 #Featured
210 Views

ନାଗପୁର: ଲୋକଙ୍କ ଠାରୁ ୨. ୫ କୋଟି ଟଙ୍କା ଓ ୧୦/୧୨ କିଲୋ ସୁନା ଠକି ନେଇଥିବା ଅଭିଯୋଗ ସକାଶ ଗିରଫ ହେବା ଭୟରେ ୪୬ ବର୍ଷିୟ ରାଜକୁମାର ଅରୁମୁଗମ୍‌ ଏବଂ ୩୮ ବର୍ଷିୟ ଆର୍‌ ସିବସେଲ୍‌ଓ୍ଵି ସୋମାବାର ଦିନ ଏର୍ଣ୍ଣାକୁଲମ୍‌-ପାଟନା ଏକ୍ସ୍‍ପ୍ରେସ୍‌ରେ ଏସ୍‌-୫ କୋଚ୍‌ରେ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। କେନ୍ଦ୍ରୀୟ ରେଳବାଇ ଆରପିଏମ୍‌ କର୍ମଚାରୀମାନେ ଚଳନ୍ତା ରେଳରେ ଦମ୍ପତିଙ୍କୁ ଦୁଇ ଥର ଅସଫଳତାର ସହ ପଚରାପଚରି କରି ତଲାସ କରିଥିଲେ। ଦୁହେଁ ବିଷ ଲଡୁ ଖାଇବା ପରେ ସେମାନେ ତଦନ୍ତ ଆରମ୍ଭ କରିଛନ୍ତି।

ସି ଜେ ସୁଭାଷ ସି ପିଲ୍ଲାଇ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଅଗଷ୍ଟ ୧୯ ତାରିଖ ଦିନ ତାମିଲନାଡୁର କନ୍ୟାକୁମାରରୀ ଜିଲ୍ଲା ଅନ୍ତର୍ଗତ ଅଞ୍ଜୁଗ୍ରାମମ୍‌ ପୁଲିସ ରାଜକୁମାର ଓ ଶିବସେଲ୍‌ଓ୍ଵିଙ୍କ ବିରୋଧରେ ଠକେଇ ଓ ଅପରାଧିକ ବିଶ୍ୱାସଘାତ ମାମଲା ରୁଜୁ କରିଥିଲା। ପିଲ୍ଲାଇ ଓ ଜଣେ ଡାକ୍ତରଙ୍କ ସମେତ ଅନ୍ୟ ଚାରିଜଣଙ୍କ ଠାରୁ ଦମ୍ପତି ୧. ୬ କୋଟି ଟଙ୍କା ଠକି ନେଇଥିଲେ।

ଭେଲୋର୍‌ ଠାରେ ଟ୍ରେନ୍‌ ଚଢ଼ିଥିବା ସେ ଦମ୍ପତି ବାରାଣସୀ ଯାଏଁ ଟିକିଟ୍‌ ଖରିଦ କରିଥିଲେ। ସେମାନେ ୫ଟି ବ୍ୟାଗ୍‌ରେ ୨. ୫ କୋଟି ନଗଦ ଟଙ୍କା ଏବଂ ୧୦/୧୨ କିଲୋ ସୁନା ନେଇ ଖସି ଯାଉଛନ୍ତି ବୋଲି ଜଣେ ସୂଚନାଦାତା ଆର୍‌ପିଏଫ୍‌ଙ୍କୁ ସୂଚନା ଦେଇଥିଲେ। ଆର୍‌ପିଏଫ୍‌ର ଗୋଟାଏ ଦଳ ନାଗପୁର ରେଳ ଷ୍ଟେସନ୍‌ରେ ସକାଳ ୮ଟା ୫ ମିନିଟ୍‌ ସମୟରେ ସେ ଟ୍ରେନ୍‌ରେ ଚଢ଼ିଥିଲେ। ଦମ୍ପତିଙ୍କ ପାଖରେ ପହଞ୍ଚି ସେମାନେ ତାଙ୍କର ଜିନିଷପତ୍ର ତଲାସ କରି କିଛି ପାଇ ନ ଥିଲେ।

ଟ୍ରେନ୍‌ ନାଗପୁର ଷ୍ଟେସନ୍‌ ଛାଡ଼ିବା ପରେ ସେମାନଙ୍କ ଉପରେ ନଜର ରଖିବାକୁ ଜଣେ ଆର୍‌ପିଏଫ୍‌ ଟିମ୍‌ ସେ କୋଚ୍‌ରେ ଚଢ଼ିଲେ। କିଛି ସମୟ ପରେ ଯାତ୍ରୀମାନେ ସେମାନଙ୍କୁ କହିଲେ କି, ଲଡୁ ଖାଇବା ପରେ ସେମାନେ ଟଳି ପଡ଼ିଲେ।

By amfnews

Related Post