Sat. Mar 7th, 2026

ଗାଡ଼ି ଆରୋହୀଙ୍କୁ ପିସ୍ତଲ ଓ ରାଇଫଲ୍‌ ଦେଖାଇ ଯାଞ୍ଚ କରିବା ଅଟକାଉଛନ୍ତି ଉତ୍ତର ପ୍ରଦେଶ ପୁଲିସ

278 Views

ବାଦାୟୁଁ: ବରିଷ୍ଠ ଅଧିକାରୀମାନଙ୍କ ନିର୍ଦେଶ ଅନୁସାରେ, ଉତ୍ତର ପ୍ରଦେଶ ଅନ୍ତର୍ଗତ ବାଦାୟୁଁ ଜିଲ୍ଲାରେ ପୁଲିସମାନେ ଯାନବାହନ ଯାଞ୍ଚ କରିବାକୁ ଆରୋହୀମାନଙ୍କୁ ବନ୍ଧୁକ ଦେଖାଉଛନ୍ତି।

ପ୍ରତ୍ୟେକ ଯାନବାହନ ଆରୋହୀଙ୍କ ଆଡ଼କୁ ଲାଖ ବିନ୍ଧିବା ପରି ପୁଲିସ ପିସ୍ତଲ କିଂବା ରାଇଫଲ୍‌ ଦେଖାଇ ଯାଞ୍ଚ କରିବା ପାଇଁ ଅଟକାଉଛନ୍ତି। ସେମାନେ ଅଟକିବା ପରେ ବାଇକ୍‌ କିଂବା କାର୍‌ରୁ ସେମାନଙ୍କୁ ଓହ୍ଲାଇବାକୁ ନିର୍ଦେଶ ଦିଆଯାଉଛି ଏବଂ ପିସ୍ତଲ୍‌ ବା ରାଇଫଲ୍‌ ଦେଖାଇ ସେମାନଙ୍କ ତଲାସି ନିଆଯାଉଛି। ଅନେକ ଥର ପୁଲିସ ଏହି ତଲାସି ଘଟଣାର ଭିଡିଓ ମୋବାଇଲ୍‌ରେ ସୁଟିଙ୍ଗ୍‌ କରିଛନ୍ତି।

ବାଦାୟୁଁ ଏସ୍‌ଏସ୍‌ପି ଅଶୋକ କୁମାର ତ୍ରିପାଠୀ କହନ୍ତି, ପୁଲିସମାନଙ୍କର ସୁରକ୍ଷା ନିମନ୍ତେ ତଥା ମନ୍ଦ ଉଦ୍ଦେଶ୍ୟରେ କେହି ଖସି ଯାଉଛନ୍ତି କି, ନାହିଁ ନିଶ୍ଚିତ ହେବା ପାଇଁ ଏପରି କରିବାକୁ ଆମେ ପୁଲିସମାନଙ୍କୁ କହିଛୁ।

ବାଦାୟୁଁ ଜିଲ୍ଲାର ମୁଖ୍ୟ ରସ୍ତା ଏବଂ ଛକମାନଙ୍କରେ ଯାଞ୍ଚ ଚାଲୁଛି। ପ୍ରତ୍ୟେକ ସ୍ଥାନରେ ଜଣେ କି, ଦୁଇ ଜଣ ପୁଲିସ ଗାଡ଼ି ଆରୋହୀମାନଙ୍କୁ ଆଡ଼କୁ ଅସ୍ତ୍ର ଦେଖାଇ ତାଙ୍କୁ ଅଟକାଉଛନ୍ତି।

By amfnews

Related Post