Thu. Mar 12th, 2026

ଗର୍ଭବତୀ ପ୍ରେମିକାକୁ ଗଣଦୁଷ୍କର୍ମ, ପ୍ରେମିକର ଆତ୍ମହତ୍ୟା

221 Views

ଜୟପୁର  : ରାଜସ୍ଥାନର ବନଶ୍ୱରା ଜିଲ୍ଲାରେ ଜଣେ ୧୯ ବର୍ଷୀୟ ଗର୍ଭବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଗଣଦୁଷ୍କର୍ମ ଯୋଗୁ ତାଙ୍କ ପେଟରେ ଥିବା ୮ ସପ୍ତାହର ଭୃଣଟି ନଷ୍ଟ ହୋଇଯାଇଛି। ଖାଲି ସେତିକି ନୁହେଁ, ପ୍ରେମିକାକୁ ଗଣଦୁଷ୍କର୍ମରୁ ରକ୍ଷା କରି ପାରି ନଥିବା ଦୁଃଖରେ ତାଙ୍କ ପ୍ରେମିକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି।  ପୁଲିସ୍‌ ଗଣଦୁଷ୍କର୍ମ କରିଥିବା ୫ ଜଣଙ୍କ ମଧ୍ୟରୁ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

ଜୁଲାଇ ୧୩ ତାରିଖ ରାତି ୧୦ରେ ପୀଡ଼ିତା ଜଣଙ୍କ ତାଙ୍କ ପ୍ରେମିକଙ୍କ ସହ ବାଇକ୍‌ ଯୋଗେ ବନଶ୍ୱରାରୁ ତାଙ୍କ ଗାଁକୁ ଯାଉଥିଲେ। ଏହି ସମୟରେ ବିକାଶ, ସୁନୀଲ ଓ ଜିତେନ୍ଦ୍ର ସେମାନଙ୍କ ଗାଡ଼ିକୁ ଅଟକାଇବା ସହ ପୀଡ଼ିତାଙ୍କ ବୟଫ୍ରେଣ୍ଡଙ୍କୁ ଲୁହା ରଡ୍‌ ଏବଂ କାଠ ଫାଳିଆରେ ଆକ୍ରମଣ କରିଥିଲେ।

ସେମାନେ ପୀଡ଼ିତାଙ୍କ ବୟଫ୍ରେଣ୍ଡଙ୍କ ଠାରୁ ମୋବାଇଲ ଫୋନ୍ ଛଡ଼ାଇ ନେବା ସହ ସେଠାରୁ ଚାଲି ଯିବାକୁ ଧମକ ଦେଇଥିଲେ। ପ୍ରେମିକ ଜଣଙ୍କ ପ୍ରେମିକାକୁ ବଞ୍ଚାଇ ନ ପାରିବାରୁ ଗାଁକୁ ଆସି ତୁରନ୍ତ ଆତ୍ମହତ୍ୟା କରିଥିଲେ।ଏହାପରେ ସୁନୀଲ, ବିକାଶ ଓ ଜିତେନ୍ଦ୍ର ଯୁବତୀ ଜଣଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଗଣଦୁଷ୍କର୍ମ କରିଥିଲେ। ଏତିକିରେ ସେମାନଙ୍କ ମନ ବୁଝି ନଥିଲା। ପରେ ସେମାନେ ଯୁବତୀଙ୍କୁ ସୁନୀଲଙ୍କ ଗାଁକୁ ନେଇ ଯାଇଥିଲେ।

ସେଠାରେ ନରେଶ ଓ ବିଜୟ ନାମକ ଆଉ ଦୁଇ ଜଣ ଯୁବକ ପୁଣିଥରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏପରି କାଣ୍ଡ ଭିଆଇବା ପରେ ସେମାନେ ଯୁବତୀ ଜଣଙ୍କୁ ଜୁଲାଇ ୧୪ ତାରିଖ ଭୋଟ ୪ଟାରେ ରାସ୍ତାରେ ଫୋପାଡ଼ି ଫେରାର ହୋଇଯାଇଥିଲେ।

ଯୁବତୀ ଜଣଙ୍କ ମେଡିକାଲ ଚେକ୍‌ଅପ୍‌ କରୁଥିଲେ ହେଁ ପୁଲିସ୍‌କୁ ଏ ସମ୍ପର୍କରେ କିଛି ବି କହି ନଥିଲେ। ତେବେ ଜୁଲାଇ ୨୬ରେ ପୁଲିସ୍‌ ଜିତେନ୍ଦ୍ରଙ୍କୁ ପୀଡ଼ିତାଙ୍କ ବୟଫ୍ରେଣ୍ଡଙ୍କ ଆତ୍ମହତ୍ୟା ଘଟଣାରେ ଗିରଫ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।

ଏବେ ପୁଲିସ୍‌ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

By amfnews

Related Post