Fri. Dec 27th, 2024

ଗରୀବଙ୍କ ନାଁରେ ମିଛ ବ୍ୟାଙ୍କ ଆକାଉଣ୍ଟ ଖୋଲି ୧୦ ହଜାର କୋଟି ଟଙ୍କା ଠକିଲେ

By amfnews Oct 24, 2018 #Featured
123 Views

ଇସଲାମାବାଦ, ଅକ୍ଟୋବର ୨୪ : ପାକିସ୍ତାନରେ ଗରିବ ଲୋକଙ୍କ ନାମରେ ଖୋଲାଯାଇଥିବା ମିଛ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ୧୦,୦୦୦ କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ପାକିସ୍ତାନ ସୁପ୍ରିମକୋର୍ଟ ଦ୍ୱାରା ଗଠିତ ଯୁଗ୍ମ ତଦନ୍ତ ସଂସ୍ଥା ଏହି ତଥ୍ୟ ପ୍ରଦାନ କରିଛି । ଜିଓ ନ୍ୟୁଜ ଖବର ଅନୁସାରେ ଏହି ଯାଞ୍ଚ ଟିମ ସୋମବାର ଅଦାଲତରେ ନିଜର ରିପୋର୍ଟ ଦାଖଲ କରିଛି । ଯାଞ୍ଚ ଟିମର ସଦସ୍ୟମାନେ କହିଛନ୍ତି ନକଲି କରି ଗରୀବ ଲୋକଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ କରାଯାଇଛି ଏବଂ ପରେ ୧୦୦ ମିଲିୟନରୁ ଅଧିକ ଟଙ୍କା ଠକେଇ କରାଯାଇଛି । ବ୍ୟାଙ୍କ ଅଧିକାରୀଙ୍କ ସହିତ ବନ୍ଧୁତା କରି କିଛି ଅସାମାଜିକ ବ୍ୟକ୍ତି ଏଭଳି କାଣ୍ଡ କରିଛନ୍ତି ବୋଲି ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛି ।

ଯୁଗ୍ମ ଯାଞ୍ଚ ଟିମ ସେପ୍ଟେମ୍ବରରୁ ତଦନ୍ତ ଆରମ୍ଭ କରି ଆସୁଥିଲା । ପାକିସ୍ତାନର ସଂଘିୟ ଯାଞ୍ଚ ଏଜେନ୍ସି ୩୨ ଜଣ ସଦିଗ୍ଧ ବ୍ୟକ୍ତିଙ୍କୁ ଯାଞ୍ଚ କରୁଛି । ଏହି ଲୋକଙ୍କ ମଧ୍ୟରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଏବଂ ତାଙ୍କ ଭଉଣୀ ଫରୟାଲ ତଲପୁର ମଧ୍ୟ ସାମିଲ ଅଛନ୍ତି ।

ଜରଦାରୀଙ୍କ ଜଣେ ଘନିଷ୍ଠ ସହଯୋଗୀ ହୁସେନ ଲାବାଇଙ୍କୁ ଜୁଲାଇରେ ଗିରଫ କରାଯାଇଛି । ଜରଦାରୀଙ୍କ ଅନ୍ୟ ଜଣେ ପୂର୍ବତନ ସହଯୋଗୀ ଏବଂ ତାଙ୍କ ପୁଅକୁ ଅଗଷ୍ଟରେ ଗିରଫ କରାଯାଇଛି । ଏପର୍ଯ୍ୟନ୍ତ ହୋଇଥିବା ଯାଞ୍ଚ ଅନୁସାରେ ୨୦୧୩, ୨୦୧୪ ଏବଂ ୨୦୧୫ରେ କିଛି ଘରୋଇ ବ୍ୟାଙ୍କରେ ଅନେକ ଆକାଉଣ୍ଟ ଖୋଲାଯାଇଛି, ଯାହାରି ମାଧ୍ୟମରେ କୋଟି କୋଟି ଟଙ୍କା ଠକେଇ ହୋଇଛି ।

By amfnews

Related Post