Tue. Mar 4th, 2025

ଗଧିର ଦୁଧ ପିଇବାର ଉପକାରିତା

By amfnews Nov 13, 2018 #Featured
936 Views

ମିଶରର ମହାରାଣୀ କ୍ଲିୟୋପେଟ୍ରା ଅତି ସୁନ୍ଦରୀ। ସେ ନିଜର ସୌନ୍ଦର୍ଯ୍ୟର ରହସ୍ୟ ଖୋଲିଥିଲେ। ସେ କହିଥିଲେ ଯେ ନିଜର ସୌନ୍ଦର୍ଯ୍ୟ ଅକ୍ଷୁର୍ଣ୍ଣ ରଖିବା ଲାଗି ପ୍ରତିଦିନ ଗଧିର ଦୁଧରେ ସ୍ନାନ କରୁଥିଲେ।

କିନ୍ତୁ ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଗଧିର ଦୁଧରେ ଆଣ୍ଟି ଆଲର୍ଜିକ୍‌ ତତ୍ତ୍ୱ ରହିଛି, ଯାହା ଆଜ୍‌ମା, ଥଣ୍ଡା ଓ କାଶ ଆଦିରେ ପୀଡ଼ିତ ପିଲାମାନଙ୍କ ପାଇଁ ଖୁବ୍‌ ଲାଭଦାୟକ।

ଆହୁରି ମଧ୍ୟ ଜଣାଯାଇଛି ଯେ ଆଗକାଳରେ ପିଲାମାନଙ୍କୁ ଥଣ୍ଡା ହେଲେ ଗଧିର ଦୁଧ ପିଇବାକୁ ଦିଆଯାଉଥିଲା। ବୈଜ୍ଞାନିକମାନଙ୍କ ମତ ଅନୁଯାୟୀ ଗଧିର ଦୁଧରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ରହିଛି। ଏଥିରେ ଅଧିକ ରୋଗ ପ୍ରତିରୋଧକ କ୍ଷମତା ବି ରହିଛି। ଗଧି ତୁଳନାରେ ଗାଈର ଦୁଧର ଗୁଣବତ୍ତା କମ୍‌। ଗଧି ଦୁଧରେ ଏକ୍‌ଜିମା ଭଳି ତ୍ୱଚା ସମ୍ପର୍କୀତ ରୋଗ ମଧ୍ୟ ଭଲ ହୋଇଥାଏ।

ଗବେଷଣାରୁ ଆହୁରି ମଧ୍ୟ ଜଣାଯାଇଛି ଯେ ମାଆର କ୍ଷୀରରେ ଯେତିକି ପରିମାଣରେ ପୁଷ୍ଟିସାର ରହିଛି, ଗଧି ଦୁଧରେ ସେତିକି ପରିମାଣର ପୁଷ୍ଟିସାର ରହିଛି। କିନ୍ତୁ ଏଥିରେ ୬୦ ଗୁଣା ଅଧିକ ଭିଟାମିନ୍‌-ସି ରହିଛି।

By amfnews

Related Post