Sat. Mar 7th, 2026

ଗତ ୩ ବର୍ଷ ମଧ୍ୟରେ ୩୯୧ ଜଣ ଆଫଗାନୀ ଓ ୧୫୯୫ ଜଣ ପାକିସ୍ତାନୀ ପ୍ରବାସୀଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯାଇଛି

275 Views

ନୂଆଦିଲ୍ଲୀ: ଗତ ତିନି ବର୍ଷ ମଧ୍ୟରେ (୨୦୧୬-୨୦୧୮) ୩୯୧ ଜଣ ଆଫଗାନୀ ଓ ୧୫୯୫ ଜଣ ପାକିସ୍ତାନୀ ପ୍ରବାସୀଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯାଇଥିବା କଥା ବୁଧବାର ଦିନ ପାର୍ଲାମେଣ୍ଟ୍‌ରେ ରାଷ୍ଟ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ସୂଚନା ଦେଇଛନ୍ତି।

ସାଂସଦ କିରୋଡ଼ି ଲାଲ୍‌ ମୀନାଙ୍କର ପ୍ରଶ୍ନର ଉତ୍ତର ଦେଇ ରାୟ ରାଜ୍ୟସଭାରେ ସୂଚନା ଦେଇ କହିଲେ ଯେ ଆଫଗାନିସ୍ତାନ ଏବଂ ପାକିସ୍ତାନରୁ ଆସିଥିବା ହିନ୍ଦୁ ଓ ଶିଖ୍‌ ପ୍ରବାସୀମାନଙ୍କୁ ଏକକ ତାଲିକାଭୁକ୍ତ କରାଯାଇନାହିଁ।

ଲିଖିତ ଉତ୍ତର ଦେଇ ରାୟ କହିଲେ: ଅନ୍‌ଲାଇନ୍‌ରେ ମିଳୁଥିବା ତଥ୍ୟ ଅନୁସାରେ, ଗତ ତିନି ବର୍ଷ ମଧ୍ୟରେ ୩୯୧ ଜଣ ଆଫଗାନୀ ଏବଂ ୧୫୯୫ ଜଣ ପାକିସ୍ତାନୀ ପ୍ରବାସୀଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯାଇଛି। ଡିସେମ୍ବର ୬ ତାରିଖ ସୁଦ୍ଧା ୪୦ ଜଣ ଆଫଗାନୀ ଏବଂ ୭୧୨ ଜଣ ପାକିସ୍ତାନୀ ପ୍ରବାସୀଙ୍କୁ ଭାରତୀୟ ନାଗରିକତ୍ୱ ମଞ୍ଜୁର କରାଯାଇଛି।

ସେ ଆହୁରି କହିଲେ ଯେ ଆଫଗାନିସ୍ତାନ, ପାକିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ପ୍ରବାସୀ ଶିଖ, ହିନ୍ଦୁ, ବୌଦ୍ଧ, ଜୈନ ଏବଂ ଖ୍ରୀଷ୍ଟିୟାନ ଭଳି ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ମଞ୍ଜୁର କରାଯାଇଥିବା ଭାରତୀୟ ନାଗରିକତ୍ୱ ତଥ୍ୟାବଳୀକୁ ଅନ୍‌ଲାଇନ୍‌ରେ ସାମିଲ କରିବା ପ୍ରକ୍ରିୟା ୨୦୧୮ରୁ ପ୍ରଚଳନ କରାଯାଇଛି।

By amfnews

Related Post