Fri. Mar 6th, 2026

ଗତ ତିନି ସପ୍ତାହ ମଧ୍ୟରେ ଜମ୍ମୁ ଓ କଶ୍ମୀରରେ ପ୍ରାୟ ୩୦୦ଟି ଆଇନ୍‌ଶୃଙ୍ଖଳା ପରିସ୍ଥିତି ଉପୁଜିଛି: ପୁଲିସ ରିପୋର୍ଟ

318 Views

ଶ୍ରୀନଗର  :  ଗତ ତିନି ସପ୍ତାହ ମଧ୍ୟରେ ଜମ୍ମୁ ଓ କଶ୍ମୀରରେ ୨୮୦ଟି ଆଇନ୍‌ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପୁଲିସ ରିପୋର୍ଟ କରିଛି। ଏଭଳି ୧୬୦ଟି ମାମଲା ଥାଇ ସର୍ବାଗ୍ରେ ରହିଛି ଶ୍ରୀନଗର। ପୁଲ୍‌ଓ୍ଵାମାରେ ୨୨ଟି, ବାରମୂଳାରେ ୧୮ଟି ଏଭଳି ଘଟଣା ଘଟିଥିବା କଥା ଜାତୀୟ ଗଣମାଧ୍ୟରେ ପ୍ରକାଶ ପାଇଛି। କେବଳ ଅଗଷ୍ଟ ୨୪ ତାରିଖ ଦିନ ୨୪ଟି ଆଇନ୍‌ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏ ଭଳି ଘଟଣା ଶ୍ରୀନଗରରେ ବେଶୀ ଘଟିଥିଲେ ବି ଏହାର ତୀବ୍ରତା ଥିଲା ସ୍ୱାଭାବିକ। ଆଇନ୍‌କୁ ହାତକୁ ନେଉଥିବା ଏହି ଦଳଗୁଡ଼ିକରେ ୧୦/୧୫ ଜଣ ଲୋକଙ୍କ ଛଡ଼ା ବେଶୀ କେହି ନ ଥିଲେ।

ଶ୍ରୀନଗରର ସଫକାଦଲ, ସୌରା ଏବଂ ନିଗୀନ୍‌ ସର୍ବାଧିକ ପ୍ରତିବାଦ ପରିଲକ୍ଷିତ ହୋଇଛି। ସଫକଦଲରେ ଅନ୍ୟୂନ ୩୦ଟି ଘଟଣା ଘଟିଥିବା ବେଳେ ସୌରାରେ ୨୦ଟି ଏବଂ ନିଗୀନ ଅଞ୍ଚଳରେ ୧୫ଟି ଘଟଣା ଘଟିଛି। ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ଶୁକ୍ରବାର ପ୍ରାର୍ଥନା ପୂର୍ବରୁ ଶ୍ରୀନଗର ଅଞ୍ଚଳରେ କଡ଼ା କଟକଣା ଜାରି ହୋଇଥିଲା।

By amfnews

Related Post