Sun. Mar 8th, 2026

ଗଞ୍ଜେଇ ଧରି ଗ୍ରାହକ ଅପେକ୍ଷାରେ ଛିଡ଼ା ହୋଇଥିଲେ, କାବୁ କରିନେଲା ପୁଲିସ୍‌

204 Views

ବାସୁଦେବପୁର  : ଗଞ୍ଜେଇ ଧରି ଗ୍ରାହକ ଅପେକ୍ଷାରେ ଛିଡ଼ା ହୋଇଥିଲେ ବେପାରୀ। ହେଲେ ଠିକ୍‌ ସମୟରେ କାବୁ କରିନେଲା ପୁଲିସ୍‌। ଆଉ ଜବତ କଲା ୧ କିଲୋ ଶହେ ଗ୍ରାମ ଗଞ୍ଜେଇ। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଢୁଆଁ ଛକ ନିକଟରୁ ପୁଲିସ୍‌ ଏହି ଗଞ୍ଜେଇ ଜବତ କରିଛି।  ଗିରଫ ବେପାରୀଜଣକ ଅଢୁଆଁ ଗାଁର କନ ମଲିକ ବୋଲି ଜଣାପଡିଛି।

ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, କନ ଗଞ୍ଜେଇ ଧରି ବିକ୍ରି କରିବା ପାଇଁ ଗ୍ରାହକକୁ ଅପେକ୍ଷା କରିଥିବା ଖବର ପାଇ ପୁଲିସ୍‌ ଚଢ଼ଉ କରିଥିଲା। ଚଢ଼ଉରେ  କନ ନିକଟରୁ ୧ କିଲୋରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ ହୋଇଥିଲା। ପରେ ପୁଲିସ୍‌ ନିଜ ଆଡୁ ଏକ ମାମଲା ରୁଜୁ କରି  ଅଭିଯୁକ୍ତକୁ ଗିରଫ କରିଛି। ଆଜି ତାକୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ୍‌ ସୂଚନା ଦେଇଛି।

By amfnews

Related Post