Sun. Nov 24th, 2024

ଗଛକଟାକୁ ନେଇ ଗ୍ରାମବାସୀ- ପୋଲିସ ମୁହାମୁହିଁ ; ଘଟଣା ସ୍ଥଳରେ ୧୧୪ ଧାରା ଜାରି

By amfnews Jan 12, 2021 #Featured
142 Views

ସୁବର୍ଣ୍ଣପୁର, ଜାନୁଆରୀ ୧୨ : ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ବାରଝୁଲା ଗାଁରେ ଗଛ କଟାକୁ ନେଇ ଉତ୍ତେଜନା ଦେଖା ଦେଇଛି । ଗାଁର ରାସ୍ତା ମଝିରେ ଥିବା ବରଗଛ କଟାକୁ ବିରୋଧ କରି ଗ୍ରାମବାସୀ ଓ ପୋଲିସ ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି । ବାରଝୁଲା ଗାଁ ଲୋକେ ଦୀର୍ଘ ଦିନରୁ ଏକ ସ୍ଥାୟୀ ରାସ୍ତା ଦାବୀ କରି ଆସୁଥିଲେ । ହେଲେ ରାସ୍ତା ମଝିରେ ଥିବା ଏକ ବିରାଟ ବରଗଛ କାଟିବାକୁ ନେଇ ଗାଁର କିଛି ଲୋକ ବିରୋଧ କରୁଥିବା ବେଳେ ରାସ୍ତା କାମ ଅଟକି ରହିଥିଲା । ବୀରମହାରାଜପୁର ତହସିଲଦାର ପୋଲିସକୁ ନେଇ ଆଜି ଗଛ କାଟିବାକୁ ଗଲାବେଳେ ଲୋକମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେବାରୁ ପୋଲିସ ପକ୍ଷରୁ ୧୪୪ ଧାରା ଲଗାଯାଇ ଗଛ କଟା ଜାରି ରହିଛି ।

By amfnews

Related Post