Sat. Mar 7th, 2026

ଗଙ୍ଗାରେ ବୁଡ଼ ପକାଉଥିବା ମହିଳାଙ୍କ ସହ ଗଣଦୁଷ୍କର୍ମ; ସାମାଜିକ ଗଣମାଧ୍ୟମରେ ଭିଡିଓ ପ୍ରସାରଣ

218 Views

ପାଟନା : ସୋମବାର ଦିନ କୌଣସି ଧାର୍ମିକ ଅନୁଷ୍ଠାନ ଅବସରରେ ଗଙ୍ଗା ନଦୀରେ ସ୍ନାନ କରୁଥିବା ବିହାରର ପାଟନା ଜିଲ୍ଲା ଅନ୍ତର୍ଗତ ଜଣେ ୪୫ ବର୍ଷୀୟ ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଥିବା କଥା ବୁଧବାର ଦିନ ପୁଲିସ କହିଛି।

ଅଧିକାରୀମାନେ କହିଛନ୍ତି, ଦୁଇ ଜଣ ବ୍ୟକ୍ତିଙ୍କୁ ଏହି ମାମଲାରେ ଗିରଫ କରାଯାଇଛି। ସେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଅପରାଧର ଭିଡିଓ ଉତ୍ତୋଳନ କରି ପରେ ତାହାକୁ ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରିଥିଲେ।

ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟା ସମୟରେ ସାମାଜିକ ଗଣମାଧ୍ୟମରେ ସେ ଭିଡିଓର ପ୍ରବଳ ପ୍ରସାରଣ ହେବାରୁ ଘଟଣା ଲୋକଲୋଚନକୁ ଆସିଥିଲା। ଭିଡିଓରେ ଦେଖାଯାଉଛି, ଅଭିଯୁକ୍ତଙ୍କୁ ମହିଳାଜଣକ ନେହୁରା ହେଉଛନ୍ତି ଏବଂ ଗଙ୍ଗାମାତାଙ୍କର ପବିତ୍ରତା କଥା ହେଜିବାକୁ କହୁଛନ୍ତି। ଘଟନାଟି ଗ୍ରାମୀଣ ପାଟନା ଅଞ୍ଚଳର ବର ଥାନା ଅଧୀନରେ ଘଟିଛି।

ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ମହିଳାଜଣକ ଅପରାଧୀଙ୍କ ବିରୋଧରେ ଏତଲା ଦେବାକୁ ସମ୍ପୃକ୍ତ ଥାନାରେ ପହଞ୍ଚିବା ପରେ ପୁଲିସ ଏଫ୍‌ଆଇଆର୍‌ ରେଜିଷ୍ଟର୍‌ କରିବାକୁ ମନା କରି ଦେଇଥିଲା।

ଅପରାଧର ଭିଡିଓ ପ୍ରସାରିତ ହେବା ପରେ ଏବଂ ଗ୍ରାମୀଣ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଆନନ୍ଦ କୁମାର ମାମଲା ବୁଝିବାକୁ ଆଗ୍ରହୀ ହେବା ପରେ ବର ପୁଲିସ ସକ୍ରିୟ ହୋଇ ଉଠିଥିଲା।

ପୁଲିସ କହିଛି ଯେ ଡ୍ରାଇଭର କାମ କରୁଥିବା ଶିବପୁଜନ ମହତୋ ନାମ୍ନା ବ୍ୟକ୍ତିଜଣକ ସେ ମହିଳାଙ୍କୁ ନଦୀରୁ ଟାଣି ଆଣିଥିଲେ। ପରେ ଅନ୍ୟମାନଙ୍କ ସହ ମିଶି ଜଣକ ପରେ ଜଣେ ତାଙ୍କ ସହ ଦୁଷ୍କର୍ମ କରିଥିଲେ।

ପୁଲିସ ମହତୋ ଏବଂ ଭିଡିଓ ସୁଟିଙ୍ଗ୍‌ କରିଥିବା ବିଶାଳଙ୍କୁ ଗିରଫ କରିଛି।

By amfnews

Related Post