Sat. Nov 23rd, 2024

ଖୋଲିଲା ହୀରାକୁଦର ଆଉ 12 ଟି ଗେଟ

By amfnews Aug 17, 2020 #Featured
219 Views

ସମ୍ୱଲପୁର, ଅଗଷ୍ଟ ୧୭ : ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ଧ କର୍ତ୍ତୃପକ୍ଷ ଆଉ ୧୨ ଟି ଗେଟ ଖୋଲି ବନ୍ୟା ଜଳ ନିଷ୍କାସନ କରିଛନ୍ତି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୫. ୪୧ ଫୁଟ ରହିଥିବାବେଳେ । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୦୪ ହଜାର ୭୯ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ୧ ଲକ୍ଷ ୯୩ ହଜାର ୩୫୩ କ୍ୟୁସେକ ଜଳ ପ୍ରତି ସେକେଣ୍ଡ ରେ ନିଷ୍କାସନ କରାଯାଉଛି ।

୧୨ ଟି ଗେଟ ଖୋଲିବା ପରେ ଖଇରମାଲରେ ୪ ଲକ୍ଷ ୯୬ ହଜାର, ବରମୂଳ ଠାରେ ୪ ଲକ୍ଷ ୩୬ ହଜାର, ଓ ମୁଣ୍ଡଳୀ ନିକଟରେ ୧ ଲକ୍ଷ ୬୦ ହଜାର ଘନଫୁଟ ବନ୍ୟାଜଳ ପ୍ରତି ସେକେଣ୍ଡ ରେ ପ୍ରବାହିତ ହେଉଥିବା ନେଇ ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି ।

By amfnews

Related Post