Mon. Mar 9th, 2026

ଖୋଲାରେ ପରିଶ୍ରା କରିବା କାଳ ହେଲା, ସ୍ଥାନୀୟ ଲୋକଙ୍କ ହାତରେ ଗଲା ଜୀବନ

209 Views

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ଯୁବକ ସର୍ବସାଧାରଣରେ ପରିଶ୍ରା କରୁଥିବା ହେତୁ ତାଙ୍କର ହତ୍ୟା କରାଯାଇଛି। ଯୁବକ ଜଣକ ପରିଶ୍ରା କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଦେଖିବା ପରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଯୁକ୍ତି ତର୍କରୁ କଥା ବଢ଼ିବାରୁ ସ୍ଥାନୀୟ ଲୋକେ ମିଶି ଯୁବକଙ୍କୁ ଛୁରୀ ମାରିବାରୁ ଯୁବକଙ୍କ ଯାଇ ଜୀବନ ଯାଇଥିବା ଜାଣିବାକୁ ମିଳିଛି।

ଦିଲ୍ଳୀର ତିଲକ ନଗର ଅଞ୍ଚଳରେ ଶନିବାର ରାତିରେ ଏପରି ଘଟିଥିବା ସୂଚନା ରହିଛି। ମୃତକ ଜଣକ ହେଉଛନ୍ତି ଅଙ୍କିତ। ପୀଡ଼ିତ ମୃତକ ଜଣକ ସଂପୃକ୍ତ ଅଞ୍ଚଳରେ ଏକ ମୋବାଇଲ୍‌ ରିପ୍ୟାରିଂ ଦୋକାନରେ ନିଜ ମୋବାଇଲ୍‌ ସଜାଡ଼ିବାକୁ ଦେଇଥିଲେ। ସେ ସେଠାରୁ ନିଜ ମୋବାଇଲ୍‌ ସଂଗ୍ରହ କରି ଆସୁଥିବା ବାଟରେ ରାସ୍ତା କଡ଼ରେ ଛିଡ଼ା ହୋଇ ପରିଶ୍ରା କରିଥିବା ବେଳେ ଜଣେ ସ୍ଥାନୀୟ ଲୋକ ତାଙ୍କ ଉପରେ ବରକ୍ତ ହୋଇଥିଲେ। ଏହି କଥାକୁ ନେଇ ଯୁକ୍ତି ତର୍କ ବଢ଼ିଥିଲା। ପରେ ସ୍ଥାନୀୟ କିଛି ଲୋକ ମିଶି ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି।

By amfnews

Related Post