Sat. Mar 7th, 2026

ଖୁବ୍‌ଶୀଘ୍ର ଓଡ଼ିଶାରେ ହେବ ୧୦ଟି ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌

287 Views

ଭୁବନେଶ୍ୱର : ଓଡ଼ିଶା ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ପ୍ରଧାନମନ୍ତ୍ରୀ କିସାନ୍‌ ସମୃଦ୍ଧି ଯୋଜନା (ପିଏମ୍‌କେଏସଓ୍ଵାଇ) ଆଧାରରେ ଓଡ଼ିଶାରେ ୧୦ଟି ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ ନିର୍ମାଣ ହେବ। ଏନେଇ କେନ୍ଦ୍ର ମଞ୍ଜୁରି ଦେଇ ଦେଇଥିବା ନେଇ ଗୁରୁବାର ସୂଚନା ମିଳିଛି। କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ରାଜ୍ୟ ମନ୍ତ୍ରୀ ରାମେଶ୍ୱର ତେଲି ଗତକାଲି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି କଥା କହିଛନ୍ତି।

ପ୍ରଧାନମନ୍ତ୍ରୀ କିସାନ୍‌ ସମୃଦ୍ଧି ଯୋଜନା ଜରିଆରେ ହେବାକୁ ଥିବା ୧୦ଟି ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ରେ ଦୁଇଟି କୋଲ୍ଡ ଚେନ୍‌, ଦୁଇଟି ମେଗା ଫୁଡ ପାର୍କ, ଦୁଇଟି ୟୁନିଟ୍‌ ସ୍କିମ୍‌, ଦୁଇଟି ବ୍ୟାକ୍‌ଓ୍ଵାର୍ଡ ଓ ଫାରଓ୍ଵାର୍ଡ ଲିଙ୍କେଜ୍‌ ଓ ଦୁଇଟି ଫୁଡ ଟେଷ୍ଟିଂ ଲ୍ୟାବ୍‌ ସାମିଲ ହେବାର ବ୍ୟବସ୍ଥା ଅଛି।

By amfnews

Related Post