Tue. Mar 10th, 2026

ଖାରବେଳ ଭବନକୁ ଆସିବ ୧୧ବିଭାଗ

165 Views

ଭୁବନେଶ୍ବର : ପାୱାର ହାଉସ୍ ଛକ ନିକଟରେ ନିର୍ମାଣ ହୋଇଥିବା ଖାରବେଳ ଭବନ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଉଦ୍‌ଘାଟନ ହେବାକୁ ଥିବା ବେଳେ ଏହା ଦ୍ବିତୀୟ ଲୋକସେବା ଭବନ ଭାବେ କାର୍ଯ୍ୟ କରିବ। ‌ଲୋକସେବା ଭବନରୁ ଏହି ଖାରବେଳ ଭବନକୁ ୧୧ଟି ବିଭାଗ ସ୍ଥାନାନ୍ତର ହେବାକୁ ଥିବା ବେଳେ କେଉଁ କେଉଁ ବିଭାଗ ସ୍ଥାନାନ୍ତର ହେବ, ସେନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏବେ ଏହି ୯ତାଲା କୋଠାର ୮ଟି ମହଲା କାର୍ଯ୍ୟକ୍ଷମ ହେବ। ପ୍ରଥମ ମହଲାର ପୂର୍ବ ପାର୍ଶ୍ବରେ ରିସେପ୍ସନ୍ ଏବଂ ପ୍ରତୀକ୍ଷା ଗୃହ, ସାମ୍ବାଦିକ ସମ୍ମିଳନୀ ପାଇଁ ସ୍ବତନ୍ତ୍ର କୋଠରି, ଆଲୋଚନା କୋଠରି, ପଶ୍ଚିମ ପାର୍ଶ୍ବରେ କ୍ୟାଣ୍ଟିନ୍‌ ଓ କାଫେ ରହିବ। ଦ୍ବିତୀୟ ମହଲାର ପୂର୍ବ ପାର୍ଶ୍ବରେ ହସ୍ତତନ୍ତ ଓ ହସ୍ତକଳା ବିଭାଗ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ରହିବ। ତୃତୀୟ ମହଲାରେ ନଗର ଉନ୍ନୟନ ବିଭାଗ, ଚତୁର୍ଥ ମହଲାରେ ଜଙ୍ଗଲ ଓ ପରିବେଶ ବିଭାଗ, ପଞ୍ଚମ ମହଲାର ପୂର୍ବ ପାର୍ଶ୍ବରେ ଶ୍ରମ ଓ ଇଏସ୍‌ଆ‌ଇ ବିଭାଗ, ପଶ୍ଚିମ ପାର୍ଶ୍ବରେ ବିଜ୍ଞାନ ଓ ପ୍ରଯୁକ୍ତି ଜ୍ଞାନ ବିଭାଗ, ସପ୍ତମ ମହଲାରେ ପୂର୍ବ ପାର୍ଶ୍ବରେ ଶିଳ୍ପ ବିଭାଗ, ପଶ୍ଚିମ ପାର୍ଶ୍ବରେ ଏମ୍‌ଏସ୍‌ଏମ୍‌ଇ ବିଭାଗ ରହିବ। ଅଷ୍ଟମ ମହଲାରେ ମୁଖ୍ୟମନ୍ତ୍ରୀଙ୍କ ଲାଉଞ୍ଜ୍‌ , ସମ୍ମିଳନୀ କକ୍ଷ, ଅଫିସର୍ସ ଲାଉଞ୍ଜ୍‌, ପ୍ୟାଣ୍ଟ୍ରି ରହିବ। ଏବେ ଏହି ସବୁ ବିଭାଗର ଇଣ୍ଟେରିୟର କାମ ଚାଲିଥିବା ବେଳେ ଖାରବେଳ ଭବନ ଉଦ୍‌ଘାଟନ ହେବାର ସପ୍ତାହକ ମଧ୍ୟରେ ଏହି ସବୁ ବିଭାଗ ସଂପୂର୍ଣ୍ଣ ଭାବେ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଛି।

By amfnews

Related Post