Sat. Mar 7th, 2026

ଖାଦ୍ୟ ବିକାଳିରୁ ସାଜିଲେ ଦେଶର ଗର୍ବ; ଜାଣନ୍ତୁ ଅଣ୍ଡର-୧୯ କ୍ରିକେଟ ତାରକା ଯଶଶିବ ଜୟସ୍‌ଓ୍ଵାଲ୍‌ଙ୍କ ସଫଳତାର କାହାଣୀ

366 Views

ଭାରତୀୟ ଅଣ୍ଡର-୧୯ କ୍ରିକେଟ୍‌ ଦଳର ଚିହ୍ନା ମୁହଁ ଯଶଶିବ ଜୟସ୍‌ଓ୍ଵାଲ୍‌ଙ୍କ ରବିବାର ଭାରତ ପାଇଁ ଖେଳି ଢାକାଠାରେ ଶ୍ରୀଲଙ୍କାକୁ ପରାସ୍ତ କରିବାରେ ଉଲ୍ଲେଖନୀୟ ଭୂମିକା ନିଭାଇ ଆହୁରି ବି ଚର୍ଚ୍ଚିତ ହୋଇ ଉଠିଛନ୍ତି। ଭାରତ ୩ ଓ୍ଵିକେଟ୍‌ ବିନିମୟରେ ସମୁଦାୟ ୩୦୪ ରନ୍‌ କରିଥିବା ବେଳେ ଯଶଶିବଙ୍କ ଅଂଶୀଦାରିତା ପ୍ରଶଂସାଯୋଗ୍ୟ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବର୍ତ୍ତମାନ ଭାରତ ପାଇଁ ଗର୍ବ ପାଲଟିଥିବା ଯଶଶିବଙ୍କ ପରିସ୍ଥିତି ଆରମ୍ଭରୁ ଖୁବ୍‌ ଦୟନୀୟ ରହିଛି।

ତିନି ବର୍ଷ ତଳେ ଯଶଶିବ ଥିଲେ ପୂରାପୂରି ଭିନ୍ନ। ସେ ପ୍ରଥମେ ୨୦୧୨ ମସିହାରେ ମୁମ୍ବାଇ ଆସିଥିଲେ। ସେତେବେଳେ ତାଙ୍କ ବୟସ ଥିବା ମାତ୍ର ଏଗାର। ସେ ସେତେବେଳେ ଏକ ଦୋକାନ ସାମ୍ନାରେ ଶୋଇ ନିଜ ରାତି କାଟୁଥିଲେ।

ଏବେ ବି ଯଶଶିବଙ୍କ ପରିସ୍ଥିତି ପୂରାପୂରି ଭାବେ ବଦଳି ନାହିଁ। ପୂର୍ବରୁ ସେ ଜଣେ ଖାଦ୍ୟ ଦୋକାନ ଓ ଟେଣ୍ଟ୍‌ କାର୍ଯ୍ୟରେ ସହାୟକ ଭାବେ କାର୍ଯ୍ୟ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ। ଖାଦ୍ୟ ଦୋକାନରେ ଯଶଶିବ ରୁଟି ବନାଉଥିଲେ। ତାଙ୍କୁ କେବଳ ମଧ୍ୟାହ୍ନ ଓ ରାତ୍ରି ଭୋଜନ ଦିଆଯାଉଥିଲା।

ସେ କହିଛନ୍ତି କି ‘ମୁଁ ମୁମ୍ବାଇ କ୍ରିକେଟ୍‌ ଦଳରେ ଖେଳିବା ପାଇଁ ମୁମ୍ବାଇ ଆସିଥିଲି। ମୁଁ ସେ ସମୟରେ ଏମିତି ଏକ ତମ୍ବୁରେ ରହୁଥିଲି ଯେଉଁଟି ବିଦ୍ୟୂତ୍‌ ନଥିଲା। ଗାଧୁଆଘର ଓ ପାଣିର ବି ସମସ୍ୟା ରହିଥିଲା।’

ଏବେ ପରିସ୍ଥିିତିରେ ସାମାନ୍ୟ ପରିବର୍ତ୍ତନ ଆସିଛି। ଯଶଶିବ ଏବେ ତାଙ୍କ କୋଚ୍‌ଙ୍କ ସହ ରହୁଛନ୍ତି। ଯଶଶିବଙ୍କ ସଂପର୍କରେ ତାଙ୍କ କୋଚ୍‌ କହନ୍ତି, ‘ସେ ଯେତେବେଳେ ୧୧ ବର୍ଷରେ ଥିଲା ମୁଁ ତା’ ବ୍ୟାଟିଂ ଦେଖିଛି। ସେ ଖେଳରେ ଖୁବ୍‌ ଭଲ। ମୋ ଜଣେ ବନ୍ଧୁଙ୍କଠାରୁ ଜାଣିବାକୁ ପାଇଲି ଯେ ତାଙ୍କୁ ଘର ଏବଂ କୋଚ୍‌ର ଅଭାବ ରହିଛି। ମୁଁ ସାହାଯ୍ୟ କରିବାକୁ ଉଚିତ ମଣିଲି।’

By amfnews

Related Post