Sun. Nov 17th, 2024

ଖସୁଛି ପାରଦ, ଏହି 3 ସହରରେ ବଢୁଛି ଥଣ୍ଡା

By amfnews Nov 14, 2020 #Featured
110 Views

ଭୁବନେଶ୍ୱର,ନଭେମ୍ବର 14 : ଖସୁଛି ପାରଦ  । ରାଜ୍ୟରେ ଆଜିଠୁ ଆହୁରି ବଢିବ ଶୀତ । ଆସନ୍ତା ଦୁଇରୁ ତିନି ଦିନ ଯାଏଁ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ହ୍ରାସ ପାଇବ । ଫଳରେ ବିଭିନ୍ନ ସ୍ଥାନରେ ଥଣ୍ଡା ବଢିବ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା କମିବା ଯୋଗୁଁ ଶୀତ ଅନୁଭୂତ ହେବ  । ଗତକାଲି ରାତିରେ ରାଜ୍ୟର ତିନିଟି ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳେ ରହିଥିଲା । ଦାରିଙ୍ଗବାଡି, ସୋନପୁର ଓ କୋରାପୁଟ୍‌ରେ ୧୫ ଡିଗ୍ରୀ ତଳେ ରହିଥିଲା ତାପାମାତ୍ରା । ଏବେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଥିବାରୁ ଥଣ୍ଡା କମିଛି  । ଆଭ୍ୟନ୍ତରୀଣ ଓ କେନ୍ଦ୍ରୀୟ ଓଡ଼ିଶାରେ ୧୬ ତାରିଖରେ ସର୍ବନିମ୍ନ ତାପମାତ୍ରା କ୍ରମଶଃ ୩ ଡିଗ୍ରୀ ବଢି ୧୮ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ  ।

By amfnews

Related Post