Fri. Mar 6th, 2026

ଖରା ତାତିରେ ସିଝୁଛି ଭୁବନେଶ୍ବର, ଆଜି ରାଜ୍ୟର ୧୨ଟି ସହରର ପାରଦ ୪୦ ଉପରେ

254 Views

ଭୁବନେଶ୍ବର, ଏପ୍ରିଲ ୨୪:

ଖରା ତାତିରେ ସିଝୁଛି ଭୁବନେଶ୍ବର। ଆଜି ସର୍ବାଧିକ ୪୨.୧ ଡିଗ୍ରୀ ସେଲସିୟସ୍ ସହ ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ସେହିପରି ରାଜ୍ୟର ୧୨ଟି ସହରର ପାରଦ ୪୦  ଉପରେ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ଗତ ମାର୍ଚ୍ଚ ମାସରେ ବିଶ୍ଵରେ ତାପମାତ୍ରାରେ ରେକର୍ଡ କରିଥିବା ଭୁବନେଶ୍ଵରରେ ଆଜି ଅଗ୍ନିବର୍ଷା ହୋଇଛି । ଭୁବନେଶ୍ବର ୪୨.୧ ଡିଗ୍ରୀ ତାପମାତ୍ରା ରହିଥିବାବେଳେ ୪୨ ଡିଗ୍ରୀ ସହ ବୌଦ୍ଧ ଦ୍ଵିତୀୟରେ ରହିଛି। ସେହିପରି ସୋନପୁରରେ ୪୧.୮ ଡିଗ୍ରୀ, ବାରିପଦାରେ ୪୧.୬, ଟିଟିଲାଗଡ ଓ ସମ୍ବଲପୁରରୁ ୪୧, ଝାରସୁଗୁଡା ୪୦.୫,  ଅନୁଗୋଳରେ ୪୦.୩, ତାଳେଚରରେ ୪୦.୧, ଭବାନୀପାଟଣା ଓ ନୟାଗଡରେ ପାରଦ ୪୦ ଡିଗ୍ରୀ ସେଲସିୟସ୍ ରହିଛି।

By amfnews

Related Post