Sun. Mar 8th, 2026

ଖଣି ମାଫିଆଙ୍କ ଭଙ୍ଗା ହେଲା ୨କୋଟି ଟଙ୍କାର ଘର

156 Views

‌ଖୋର୍ଦ୍ଧା : ଖଣି ମାଫିଆ ତଥା କୁଖ୍ୟାତ ବ୍ରାଉନସୁଗର ବେପାରୀ ଶୁଭ୍ରାଂଶୁ ପରିଡ଼ା ଓରଫ୍ ଛୋଟାର ବେଆଇନ ଘର ଆଜି ଉଚ୍ଛେଦ କରାଯାଉଛି। ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗରେ ଥିବା ତା’ର ପ୍ରାୟ ୨କୋଟି ଟଙ୍କାର ୨୦ ବଖରା ବିଶିଷ୍ଟ ଘରକୁ ଭଙ୍ଗା ଯାଉଛି। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ୨ଟି ଜେସିବି ସାହାଯ୍ୟରେ ଘର ଭାଙ୍ଗୁଛି ଜିଲ୍ଲା ପ୍ରଶାସନ। ଘଟଣାସ୍ଥଳରେ ୪ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଦୀର୍ଘ ଦିନ ଧରି କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ଓ୍ୱଣ୍ଟେଡ୍ ତାଲିକାରେ ଥିଲା ଛୋଟା। ଗତ ସପ୍ତାହରେ ଖୋର୍ଦ୍ଧା କୋର୍ଟରେ ସେ ଆତ୍ମସମର୍ପଣ କରିଥିଲା।

ଛୋଟା ଖୋର୍ଦ୍ଧା, ଭୁବନେଶ୍ୱର, ଯାଜପୁର, ପୁରୀ ଓ ଉପକୂଳବର୍ତ୍ତୀ ଜିଲ୍ଲାରେ ବ୍ରାଉନସୁଗାର ବେପାର କରୁଥିଲା। ଏହା ସହିତ ଚୋରା ବନ୍ଧୁକ, ବାଇକ ଓ ଦରମା ଦେଇ ଗ୍ୟାଙ୍ଗରେ ଏକାଧିକ ଅପରାଧୀଙ୍କୁ ନିୟୋଜିତ କରିଥିଲା। ଚୋରା ଖଣି ବେପାର ଓ ବ୍ରାଉନସୁଗରରୁ ଆସୁଥିବା ଟଙ୍କାକୁ ସେ ବ୍ୟବସାୟରେ ଲଗାଉଥିଲା।

By amfnews

Related Post