Sun. Mar 8th, 2026
176 Views

ଭବାନୀପାଟଣା : ସରକାର ‘ଆମ ଗାଁ ଆମ ବିକାଶ ନାଁ’ରେ ଅନେକ ଯୋଜନା କରି ବାଃ ବାଃ ନେଉଛନ୍ତି। ହେଲେ ରାସ୍ତା ଖଣ୍ଡିଏ ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରୁନାହିଁ। ଫଳରେ ଖଟରେ ବୁହାହେଉଛି ଶବ। ପ୍ରାୟ ପ୍ରତ୍ୟେକ ଦିନ ରାଜ୍ୟର କୌଣସି ନା କୌଣସି ଜିଲ୍ଲାରୁ ଆସୁଛି ଏମିତି ଖବର। ଆଜି ପୁଣି ଏମିତି ଏକ ଖବର ଆସିଛି କଳାହାଣ୍ଡି ଜିଲ୍ଲାରୁ।

ଜିଲ୍ଲାର ରାମପୁର ବ୍ଲକ୍‌ର ଦେଢ଼ଶୁଲି ପଞ୍ଚାୟତର ବାଗବିଲା ଗାଁର ଜମୁନ୍ତି ମାଝୀ ଚାଷଜମିରେ କାମ କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ମୋହନଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ଏହାପରେ ଡାକ୍ତରଖାନାରୁ ମୃତଦେହକୁ ଆମ୍ବୁଲାନ୍ସରେ ବଡ଼େନସରା ଗାଁ ପର୍ଯ୍ୟନ୍ତ ଅଣାଯାଇଥିଲା। ହେଲେ ବାଗବିଲା ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସଟି ଯାଇପାରି ନ ଥିଲା। ଅଧାବାଟରୁ ଆମ୍ବୁଲାନ୍ସଟି ଫେରି ଆସିଥିଲା। ପରେ ଗାଁ ଲୋକେ ଦୁର୍ଗମ ପାହାଡ଼ିଆ ରାସ୍ତାରେ ଶବକୁ ଖଟିଆରେ ବୋହି ଗାଁକୁ ନେଇଥିଲେ।

By amfnews

Related Post