Tue. Mar 10th, 2026

କ୍ୱାରେଣ୍ଟାଇନରେ ରହିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ

208 Views

ଭୁବନେଶ୍ୱର : ବିଦେଶରୁ ଫେରି ହୋମ୍‌ କ୍ୱାରେଣ୍ଟାଇନରେ ରହିଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ରେଜିଷ୍ଟ୍ରେସନ କରି ସପରିବାର ନିଜ ଭୁବନେଶ୍ୱର ଘରେ ହୋମ୍‌ କ୍ୱାରେଣ୍ଟାଇନ ରହିଛନ୍ତି ପୁରୀ ଗଜପତି। ଆମେରିକା ଗସ୍ତ ସାରି ଗଜପତି ସପରିବାର ଗତ ୧୫ତାରିଖରେ ଓଡ଼ିଶା ଫେରିଥିଲେ। ଆଜି ସରକାରଙ୍କ ଅନ୍‌ଲାଇନ୍‌ରେ ରେଜିଷ୍ଟ୍ରେସନ କରିଥିଲେ ଗଜପତି। ସେଥିପାଇଁ ତାଙ୍କୁ ଭୁବନେଶ୍ୱର ଘରେ ୧୪ ଦିନ ଯାଏ ହୋମ୍‌ କ୍ୱାରେଣ୍ଟାଇନରେ ରଖାଗଲା। ହୋମ୍ କ୍ୱାରେଣ୍ଟାଇନ ନେଇ ଗଜପତିଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏନେଇ ସୂଚନା ମିଳିଛି।

ସୂଚନାରୁ ପ୍ରକାଶ, ରାଜ୍ୟରେ ପ୍ରଥମ ‘କରୋନା’ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ଏହାର ମୁକାବିଲା ଲାଗି ଅଧିକ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ବିଦେଶ ଫେରନ୍ତାଙ୍କ ରେଜିଷ୍ଟ୍ରେସନ ପାଇଁ ଏକ ପୋର୍ଟାଲ covid19.odisha.gov.inର ବ୍ୟବସ୍ଥା ହୋଇଛି। ଏହି ପୋର୍ଟାଲରେ କିମ୍ବା ନିଃଶୁଳ୍କ ନମ୍ବର ୧୦୪କୁ ଫୋନ୍ କରି ମଧ୍ୟ ରେଜିଷ୍ଟ୍ରେସନ କରିପାରିବେ। ଏଥିପାଇଁ ବିଦେଶ ଫେରନ୍ତାଙ୍କୁ ୪୮ ଘଣ୍ଟାର ମହଲତ ଦେଇଥିଲେ ରାଜ୍ୟ ସରକାର। ଯେଉଁମାନେ ରେଜିଷ୍ଟ୍ରେସନ କରି ହୋମ୍ ଆଇସୋଲେସନରେ ରହିବେ, ସେମାନଙ୍କୁ ୧୫ ହଜାର ଟଙ୍କାର ସହାୟତା ମିଳିବ। ରେଜିଷ୍ଟ୍ରେସନ ନକରି ନିଜ ତଥ୍ୟ ନଦେଲେ ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରୀପାଠି ଗତକାଲି ଚେତାବନୀ ଦେଇଥିଲେ।

By amfnews

Related Post