Mon. May 19th, 2025

କ୍ୟୁରେଟିଭ୍‌ ପିଟିସନ୍‌ କ’ଣ? କ’ଣ ନିର୍ଭୟା ଦୋଷୀଙ୍କ ଫାଶୀ ଦଣ୍ଡାଦେଶ ଆଜୀବନ କାରାଦଣ୍ଡରେ ବଦଳିବ?

By amfnews Jan 14, 2020 #Featured
154 Views

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆସନ୍ତା ୨୨ ତାରିଖରେ ଫାଶୀରେ ଛୁଲିବାକୁ ଥିବା ୪ ଜଣଙ୍କ ମଧ୍ୟରୁ ବିନୟ ଏବଂ ମୁକେଶଙ୍କର ଆଜି କ୍ୟୁରେଟିଭ୍‌ ପିଟିସନ୍‌ ଉପରେ ଶୁଣାଣି ହେବ।

ତେବେ ଏହି କ୍ୟୁରେଟିଭ୍‌ ପିଟିସନ କ’ଣ? ଜଣେ ଦୋଷୀ ସାବ୍ୟସ୍ଥ ହେବା ପରେ ଏହି ପିଟିସନ ହେଉଛି ନ୍ୟାୟିକ ବ୍ୟବସ୍ଥାର ସବୁଠାରୁ ଶେଷତମ ଉପାୟ। ଏହି ଉପାୟରେ ରହି ଯାଇଥିବା ଅନେକ କଥା ଓ ତଥ୍ୟର ଶୁଣାଣି କରାଯାଇଥାଏ।

କ୍ୟୁରେଟିଭ୍‌ ପିଟିସନରେ ପୂରା ମାମଲାକୁ ନେଇ ବିଚାର ହୋଇନଥାଏ। ଏଥିରେ ନିର୍ଦ୍ଦିଷ୍ଟ କେତୋଟି ଦିଗକୁ ଧ୍ୟାନ ଦିଆଯାଇଥାଏ। ନିଜକୁ ନିର୍ଦୋଷ ପ୍ରମାଣିତ କରିବା ଳାଗି ଦୋଷୀ ପାଇଁ ଏହା ହୋଇଥାଏ ଅନ୍ତିମ ରାସ୍ତା।

ସେହିପରି ନିର୍ଭୟାର ଏହି ଦୁୁଇ ଦୋଷୀ ମଧ୍ୟ କୌଣସି ବି ମତେ ନିଜ ଦଣ୍ଡ କୋହଳ କରିବାକୁ ଏହି ପିଟିସନ ଦାୟର କରିଛନ୍ତି। କୌଣସି ବି ଉପାୟରେ ଫାଶୀ ଆଜୀବନ କାରାଦଣ୍ଡରେ ବଦଳିି ଯାଉ ବୋଲ ଚିନ୍ତା କରି ସେ ଏହି ପିଟିସନ ଦାୟର କରିଥିବା ଜାଣିବାକୁ ମିଳିଛି।

ଏହି ପିଟିସନ ଦାୟର କରିଥିବା ଦୋଷୀ ବିନୟ ଶର୍ମା କହିଛି କି ଅଦାଲତଙ୍କୁ ବିଚାର କରିବା ଉଚିତ ଯେ ସେ ଅପରାଧ ଘଟାଇବା ବେଳେ ତାକୁ ମାତ୍ର ୧୯ ବର୍ଷ ବୟସ ହୋଇଥିଲା। ତେଣୁ ଅଦାଲତ ଏହି ମାମଲାର ପୁନଃବିଚାର କରିବା ଉଚିତ।

ବିନୟ ଆହୁରି ବି କହିଛି କି ପୂର୍ବରୁ ଅଦାଲତା ୧୭ଟି ଫାଶୀକୁ ଆଜୀବନ କାରାଦଣ୍ଡରେ ବଦଳାଇଛନ୍ତି। ସେହିପରି ଭାବେ ଏହି ମାମଲାର ବି ବିଚାର କରାଯାଉ।

By amfnews

Related Post