Sun. Mar 8th, 2026

କ୍ୟାଟ୍‌ରେ ଗ୍ରୀଷ୍ମ ଅବକାଶ, ମେ’୩୦, ଜୁନ୍ ୬, ୧୨ରେ ବସିବ ଅବକାଶକାଳୀନ ଖଣ୍ଡପୀଠ

217 Views

କଟକ : କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବୁନାଲ(କ୍ୟାଟ୍)ରେ ଗ୍ରୀଷ୍ମ ଅବକାଶ ଆରମ୍ଭ ହୋଇଛି। ଅବକାଶ ପରେ କ୍ୟାଟ୍ ଜୁନ୍ ୧୭ ତାରିଖ ଦିନ ଖୋଲିବ। ଗ୍ରୀଷ୍ମ ଅବକାଶ ସମୟରେ ମେ’ ୩୦, ଜୁନ୍ ୬ ଓ ଜୁନ୍ ୧୨ରେ ଅବକାଶକାଳୀନ ଖଣ୍ଡପୀଠ ବସି ଜରୁରି ମାମଲା ଗୁଡିକର ଶୁଣାଣି କରିବେ। ବିଚାରବିଭାଗୀୟ ସଦସ୍ୟ ଏସ୍.କେ.ମିଶ୍ର ଅବକାଶକାଳୀନ ଖଣ୍ଡପୀଠରେ ବସି ଜରୁରି ମାମଲା ଗୁଡିକର ଶୁଣାଣି କରିବେ। ଜରୁରି ଆବେଦନ ଗୁଡିକ କାର୍ଯ୍ୟ ଦିବସର ଦିନ ୧୦ଟା ୩୦ରୁ ୧ଟା ଭିତରେ ଗ୍ରହଣ କରାଯିବ ବୋଲି କ୍ୟାଟ୍ ରେଜିଷ୍ଟ୍ରି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

By amfnews

Related Post