Sat. Mar 7th, 2026

କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ ଆମେରିକା ଓ ଦକ୍ଷିଣ କୋରିଆ ପ୍ରତି ଚେତାବନୀ: କିମ୍‌ ଜୋଙ୍ଗ୍‌ ଉନ୍‌

209 Views

ସିଓଲ୍‌: ମଙ୍ଗଳବାର ଦିନ ଉତ୍‌କ୍ଷେପିତ ଟାକ୍ଟିକାଲ୍‌ ଗାଇଡେଡ୍‌ ମିସାଇଲ୍‌ ସବୁ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଦକ୍ଷିଣ କୋରିଆର ମିଳିତ ସମରାଭ୍ୟାସ ପ୍ରତି ଚେତାବନୀ ବୋଲି ଉତ୍ତର କୋରିଆ ନେତା କିମ୍‌ ଜୋଙ୍ଗ୍‌ ଉନ୍‌ କହିଥିବା କଥା ରାଷ୍ଟ୍ରାୟତ ଗଣମାଧ୍ୟମ କେସିଏନ୍‌ଏ ବୁଧବାର ଦିନ କହିଛି।

କେସିଏନ୍‌ଏ କହିଛି: କିମ୍‌ କହିଛନ୍ତି ଯେ ସଦ୍ୟତମ ପରୀକ୍ଷା ହେଉଛି ସମ୍ପ୍ରତି ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଦକ୍ଷିଣ କୋରିଆ କର୍ତ୍ତୃପକ୍ଷ ଚଳାଇଥିବା ମିଳିତ ସାମରିକ ଅଭ୍ୟାସ ପ୍ରତି ଉପଯୁକ୍ତ ଚେତାବନୀ।

ଉତ୍ତର କୋରିଆର ପଶ୍ଚିମାଞ୍ଚଳରୁ ଉତ୍‌କ୍ଷେପିତ ଏହି ନୂତନ ପ୍ରକାରର ଟାକ୍ଟିକାଲ୍‌ ଗାଇଡେଡ୍‌ କ୍ଷେପଣାସ୍ତ୍ର ରାଜଧାନୀ ଅଞ୍ଚଳ ଏବଂ କେନ୍ଦ୍ରୀୟ ଭୂମଧ୍ୟ ଅଞ୍ଚଳ ବାଟେ ଉପଦ୍ୱୀପ ଉପର ଦେଇ ଉଡ଼ି ଯାଇ ତା’ର ଲକ୍ଷସ୍ଥଳ ଦେଶର ପୂର୍ବତଟ ଅନ୍ତର୍ଗତ ଅଭ୍ୟନ୍ତର ସମୁଦ୍ରରେ ଥିବା ଗୋଟାଏ ଅତିକ୍ଷୁଦ୍ର ଦ୍ୱୀପରେ ପଡ଼ିଥିଲା। ଉତ୍‌କ୍ଷେପଣ ଦ୍ୱାରା ଏହାର ବିଶ୍ୱସନୀୟତା, ନିରାପତ୍ତା ଏବଂ ବାସ୍ତବ ଯୁଦ୍ଧ ସାମର୍ଥ୍ୟ ଯାଞ୍ଚ କରାଯାଇଥିଲା ବୋଲି କେସିଏନ୍‌ଏ କହିଛି।

By amfnews

Related Post