Wed. Mar 11th, 2026

କ୍ରିଷନ କୁମାର ହେଲେ ବିଏମ୍‌ସି ପ୍ରଶାସକ

366 Views

ଭୁବନେଶ୍ବର, ଜାନୁଆରୀ ୧୭  : ଆଜି ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଏହାପରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମବାୟ ବିଭାଗ ସଚିବ କ୍ରିଷନ କୁମାରଙ୍କୁ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି। ସେ ଜାନୁଆରି ୧୭ରୁ ବିଏମ୍‌ସିର ନବନିର୍ବାଚିତ କର୍ପୋରେଟରଙ୍କ ପ୍ରଥମ ବୈଠକ ପର୍ଯ୍ୟନ୍ତ ଏହି ଦାୟିତ୍ବରେ ରହିବେ। ଏହି ସମୟରେ ସେ ଭୁବନେଶ୍ବର ମହାନଗର ନିଗମରର ସମସ୍ତ ନିଷ୍ପତ୍ତି ନେବେ।

ସୂଚନାଯୋଗ୍ୟ ଯେ, କ୍ରିଷନ କୁମାର ପ୍ରାୟ ୪ବର୍ଷ ୧୦ମାସ ବିଏମ୍‌ସି କମିସନର ଭାବେ କାର୍ଯ୍ୟ କରିବା ପରେ ଗତ ଡିସେମ୍ବର ୨୧ ତାରିଖରେ ପଦୋନ୍ନତି ପାଇ ସମବାୟ ସଚିବ ଭାବେ ବଦଳି ହୋଇଥିଲା।

By amfnews

Related Post