Wed. Mar 11th, 2026

କୋଲକାତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୫ ଓଡ଼ିଆ ମୃତ

185 Views

ବାଲେଶ୍ୱର  :  କୋଲକାତାର ଧୂଲାଗଡ଼ ନିକଟରେ ଏକ ଟ୍ରକ୍‌ରେ ଏକ କାର୍ ପିଟି ହେବାରୁ ୫ ଜଣ ଓଡ଼ିଆଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତକମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ପରିଚୟ ମିଳିଛି। ସେମାନେ ହେଲେ ଦିଗ୍‌ବିଜୟ ଦାସ ଓ ମନୋଜ ମହାନ୍ତି। ସେମାନଙ୍କ ଘର ଭଦ୍ରକ ଅଞ୍ଚଳରେ। ଅନ୍ୟ ତିନିଜଣଙ୍କ ପରିଚୟ ମିଳିନାହିଁ। ତେବେ ସମସ୍ତ ମୃତାହତ ଯାଜପୁର ଓ ଭଦ୍ରକର କୁଆଁସ ଅଞ୍ଚଳର ବୋଲି କୁହାଯାଉଛି। ଆହତମାନଙ୍କୁ ସେଠାରେ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ଆଠ ଜଣ ସାଙ୍ଗ ଏକ ଇନୋଭା ଗାଡ଼ିରେ ହାୱଡ଼ା ଅଞ୍ଚଳକୁ ଏକ ବାହାଘର ଭୋଜିରେ ଯୋଗ ଦେବାକୁ ଯାଇଥିଲେ। ଭୋଜି ଖାଇ ଫେରିବା ବେଳେ ଧୂଲାଗଡ଼ ନିକଟରେ ସେମାନଙ୍କ ଗାଡ଼ି ଏକ୍‌ ଟ୍ରକ୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ।

By amfnews

Related Post