Fri. Mar 6th, 2026

କୋରାପୁଟ ମହାବିଦ୍ୟାଳୟରେ  ମୋମୋ ସଂପର୍କୀୟ ସଚେତନତା କାର୍ଯ୍ୟକ୍ରମ…..

415 Views

କୋରାପୁଟ ସରକାରୀ ମହାବିଦ୍ୟାଳୟର ଯୁବ ରେଡକ୍ରସ ପକ୍ଷରୁ ମୋମୋ ସଂପର୍କୀୟ ଏକ ସଚେତନତା କାର୍ଯ୍ୟକ୍ରମ  ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ବିଶ୍ୱରେ ମୋମୋ ଆତଙ୍କରେ ଅଭିଭାବକ ଓ ଛାତ୍ରୀଛାତ୍ରଙ୍କ ମନରେ ଭୟ କରୁଥିବାରୁ ଯୁବପିଢ଼ିକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ ସ୍ବେଚ୍ଛାସେବୀ ମାମାଲି ବାଇ, ତପସ୍ବିନୀ ପ୍ରିୟଦର୍ଶନୀ,  ପି. ନାଗ ଦୁର୍ଗା, ମନିଷା କୁମାରୀ, ନିମା ଗୁପ୍ତା, ଟି. ରାଜେଶ ରାଜୁ, ନିଶି କୁମାରୀ, ତ୍ରିନାଥ ମହାନନ୍ଦିଆ, ୟୁ. ଭବାନି ପ୍ରସାଦ ମୋମୋର ଭୟାବହତାର ଉଦାହରଣ ସହ ସଚେତନ କରିଥିଲେ। ମହାବିଦ୍ୟାଳୟର ଅର୍ଥ ପରାମର୍ଶଦାତା ଡ. କୈବଲ୍ୟ ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ କନଭେନର ସଂପାଦକ ଡଃ ପ୍ରକାଶ କୁମାର ପ୍ରଧାନ ସହଯୋଗ କରିଥିଲେ।

Related Post