Sat. Mar 1st, 2025

କୋରାପୁଟ ବିଧାୟକ ଓ ପୂର୍ବତନ ବିଧାୟକ କରୋନା ସଂକ୍ରମିତ

By amfnews Aug 25, 2020 #Featured
233 Views

ଭୁବନେଶ୍ବର, ଅଗଷ୍ଟ ୨୫  : କୋରାପୁଟ ଜିଲ୍ଲାର ପଟାଙ୍ଗୀ ବିଧାୟକ ପ୍ରୀତମ ପାଢୀ ଓ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ କରୋନା ‌ସଂକ୍ରମିତ ହୋଇଛନ୍ତି। ତେବେ ଉଭୟଙ୍କର କୌଣସି ଲକ୍ଷଣ ନାହିଁ ଓ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ।

ବିଧାୟକ ପ୍ରୀତମ ପାଢୀ କହିଛନ୍ତି ଯେ, ତାଙ୍କ ସଂସ୍ପର୍ଶରେ ଆସିଥିବା କିଛି ଲୋକଙ୍କର କୋଭିଡ ପଜିଟିଭ ଜାଣିବା ପରେ ସେ ନିଜର ପରୀକ୍ଷା କରାଇଥିଲେ। ତାଙ୍କର ରିପୋର୍ଟ ପଜିଟିଭ ଆସିଛି।

ତାଙ୍କର କୌଣସି ଲକ୍ଷଣ ପ୍ରକାଶ ପାଇନଥିବାବେଳେ  ସେ ଏବେ ସୁସ୍ଥ ଅଛନ୍ତି ‌ବୋଲି କହିଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଏବେ ନିଜ ବାସଭବନରେ ଏକାନ୍ତବାସରେ ରହିଛନ୍ତି। ତେବେ କିଛି ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜର ପରୀକ୍ଷା କରାଇନେବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ସେହିପରି ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଛି। ତାଙ୍କର ମଧ୍ୟ କୌଣସି କୋଭିଡ ଲକ୍ଷଣ ନାହିଁ ଓ ଡାକ୍ତରୀ ପରାମର୍ଶ କ୍ରମେ ଘରେ ଏକାନ୍ତବାସରେ ରହି ଚିକିତ୍ସିତ ହେ‌ଉଛନ୍ତି ହେଉଛନ୍ତି ବୋଲି ସୂଚନା ଦେଇଛନ୍ତି।

ଏହା ପୂର୍ବରୁ କୋରାପୁଟର ପୂର୍ବତନ ସାଂସଦ ତଥା ମନ୍ତ୍ରୀ ଜୟରାମ ପାଙ୍ଗୀ ମଧ୍ୟ କୋଭିଡ ସଂକ୍ରମିତ ହୋଇଥିଲେ। ସେ ମଧ୍ୟ ଘରେ ରହି ଚିକିତ୍ସିତ ହେଉଛନ୍ତି।

ସେହିପରି ନୀଳଗିରି ବିଧାୟକ ସୁକାନ୍ତ ନାୟକ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ରେମୁଣା ବିଧାୟକ ସୁଧାଂଶୁ ପରିଡା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ,ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ କରୋନା ସଂକ୍ରମିତ ହୋଇଛନ୍ତି ।

ଅନ୍ୟପଟେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ ।

ରାଜ୍ୟର ପ୍ରଥମ ମନ୍ତ୍ରୀ ଭାବେ ସୁଶାନ୍ତ ସିଂ ମଧ୍ୟ କୋରନା ସଂକ୍ରମିତ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ଦୁଇ ସାଂସଦ, 8 ବିଧାୟକ ଓ ଜଣେ କ୍ୟାବିନେଟ ମନ୍ତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି ।

By amfnews

Related Post