264 Views
ଆଜି କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଗର୍ଭବତୀଙ୍କର ମୃତ୍ୟୁ ଘଟିବାରୁ ଉତେଜନା ଦେଖିବାକୁ ମିଳିଥିଲା | ମୃତକଙ୍କ ନାମ ଶାବି ଭୋଇ(୨୦) | ଶାବି କୋରାପୁଟ ବ୍ଲକ ଅଧୀନ ମାର୍ସପୁଟ ଗ୍ରାମର ସୁନିଆ ଭୋଇଙ୍କ ସ୍ତ୍ରୀ |
ସୂଚନାଅନୁଯାଇ, ସାବିଙ୍କୁ ସୋମବାର ପ୍ରସବ ଯନ୍ତ୍ରଣା ଯୋଗୁ କୋରାପୁଟ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା | ଅପରେସନ ପାଇଁ ୬ ହଜାର ଦରକାର ଜଣାଇ ଅପରେସନ ସମେୟ ବିଳମ୍ବିତ କରାଇଥିଲେ ଡାକ୍ତର | ଟଙ୍କା ଯୋଗାଡ଼କରୀ ଫେରିଲାବେଳକୁ ସାବି ଙ୍କ ମୃତ୍ୟୁ ହୋଇଯାଇଥିଲା | ଡାକ୍ତରଙ୍କ ଅବହେଳାଯୋଗୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସୁନିଆ | ମୃତ୍ୟଙ୍କଙ୍କ ସମ୍ପର୍କ୍ୟ ଓ ପରିବାର ଲୋକେ ମହିଳା ଓ ଶିଶୁ ବିଭାଗ ମୁଖ୍ୟ ଫାଟକରେ ଧାରଣା ଦେଇଥିବା ଜଣାପଡିଛି | କୋରାପୁଟ ସି.ଡି.ଏମ ନଳିନୀ କୁମାର ରଥ ଘଟଣାର ତଦନ୍ତ କରାଯିବ ଓ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି |