255 Views
କୋରାପୁଟ, ଫେବୃଆରୀ 5 : ଗୋଟିଏ ପଟେ କୋଟିଆ ଅଚଂଳକୁ ଦେଇ ବିବାଦ ଚାଲିଛି ଓ ଅନ୍ୟପଟେ କୋରାପୁଟ ଜିଲାପାଳ ମଧୁସୂଦନ ମିଶ୍ରଙ୍କୁ ବଦଳି କରାଯାଇଛି । କୋଟିଆରେ ପଂଚାୟତସ୍ତରୀୟ ନିର୍ବାଚନ ପାଇଁ ଆନ୍ଧ୍ରର ବିଜ୍ଞପ୍ତି ଓ ନାମାଙ୍କନ ଦାଖଲର ଖବର ଭିତରେ ଜିଲ୍ଲାପାଳଙ୍କ ବଦଳି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।କୋରାପୁଟ ଜିଲାପାଳ ମଧୁସୂଦନ ମିଶ୍ରଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ନୂତନ ଜିଲାପାଳ ଭାବେ ମହମ୍ମଦ ଅବଦାଲ ଅଖତାର ଙ୍କୁ ନିଯୁକ୍ତି ଦିଆଯାଇଛି । ଅଖତାର କଟକ ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ୟ୍ୟରତ ଅଛନ୍ତି। ସେହିପରି ମଧୁସୂଦନଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି