Sat. Nov 23rd, 2024

କୋରାପୁଟରେ ୧୨ କୁଇଣ୍ଟାଲ ୪୯ କିଲୋ ଗଂଜେଇ ଜବତ, ମୂଲ୍ୟ କୋଟିଏ ୩୦ ଲକ୍ଷ ଟଙ୍କା

By amfnews Nov 13, 2020 #Featured
226 Views

ଭୁବନେଶ୍ୱର, ନଭେମ୍ବର ୧୩ : କୋରାପୁଟରେ ଏକା ଥରକେ ୧୨ କୁଇଣ୍ଟାଲ ୪୯ କିଲୋ ଗଂଜେଇ ଜବତ ହୋଇଛି । ବାହାରକୁ ଚାଲାଣ ହେଉଥିବା ବେଳେ ପୋଲିସ ଅତର୍କିତ ଭାବେ ଚଢ଼ାଉ କରି ଗଂଜେଇ ଜବତ କରିଛି । ଜବତ ଗଂଜେଇର ମୂଲ୍ୟ କୋଟିଏ ୪୯ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି । 

ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ପାଡୁଆ ଓ ଲମତାପୁଟ ପୋଲିସକୁ ଗଂଜେଇ ଚାଲାଣ ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏହା ପରେ ଏସ୍‌ପିଙ୍କ ନିର୍ଦ୍ଦେଶରେ ପୋଲିସ ଗଂଜେଇ ଜବତ କରି ଅଭିଯୁକ୍ତଙ୍କ ଗିରଫ କରିବା ପାଇଁ ଜାଲ ବିଛାଇଥିଲା । ଲମତାପୁଟ ପୋଲି ୧୦ କୁଇଣ୍ଟାଲ ଓ ପାଡୁଅ ପୋଲିସ ୨ କୁଇଣ୍ଟାଲ ୪୯ କିଲୋ ଗଂଜେଇ ଜବତ କରିଥିଲେ । ଜବତ ଗଂଜେଇର ମୂଲ୍ୟ କୋଟିଏ ୩୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ପୋଲିସ ଟ୍ରକ ଡାଇଭରକୁ ଗିରଫ କରି ଅଧିକ ତଦନ୍ତ କରୁଛି । 

କୋରାପୁଟ, ରାୟଗଡ଼ା, କନ୍ଧମାଳ, ମାଲକାନଗିରି ଓ ନବରଂଗପୁରରେ ଗଂଜେଇ ଚାଷ ହେଉଛି । ଏବେ ଫସଲ ଅମଳର ବେଳ । ପ୍ରାୟ ୨ ମାସ ମଧ୍ୟରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବହୁ ପରିମାଣରେ ଗଂଜେଇ ଜବତ କରିବା ସହିତ ଅନେକ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି । କିନ୍ତୁ ଏହା ପରେ ମଧ୍ୟ ଗଂଜେଇ ମାଫିଆମାନେ ଏହି କାରବାରରେ ସଂପୃକ୍ତ ରହୁଛନ୍ତି । ଗଂଜେଇ ମାଫିଆମାନେ ଦିଲ୍ଲୀ, ହରିୟାଣା, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଆନ୍ଧ୍ୟପ୍ରଦେଶ, ଛତିଶଗଡ଼ ଓ ମହାରାଷ୍ଟ୍ରରୁ ମଧ୍ୟ କୋରାପୁଟ ଅଂଚଳକୁ ଗଂଜେଇ ନେବା ପାଇଁ ପହଂଚିଯାଉଛନ୍ତି । 

By amfnews

Related Post