Fri. Nov 15th, 2024

କୋଭିଡ-୧୯: ଏହି ୫ଟି ରାଜ୍ୟରେ ଅଧିକ ଚିନ୍ତା ବଢ଼ାଇଛି ମହାମାରୀ କରୋନା ଭାଇରସ

By amfnews Sep 11, 2020 #Featured
267 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୧ : ଜାତୀୟ ରାଜଧାନୀ ଦିଲ୍ଲୀରେ ବଦ୍ଧିର୍ତ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଚିନ୍ତା ବଢ଼ାଇଛି । ଏହା ବ୍ୟତୀତ ମହାରାଷ୍ଟ୍ରରେ ପ୍ରତିଦିନ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ପୁରୁଣା ରେକର୍ଡ ଅତିକ୍ରମ କରୁଛି । କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ସହିତ ଉତ୍ତର ପ୍ରଦେଶରେ ମଧ୍ୟ କରୋନାର ଗତି ବଢ଼ିଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗୁରୁବାର ସକାଳ ୯ଟା ସୁଦ୍ଧା ୪୪ ଲକ୍ଷ ୬୫ ହଜାର ୮୬୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୪ ଲକ୍ଷ ୭୧ ହଜାର ୭୮୪ ଜଣଙ୍କର ମୃତ୍ୟୁ ହୋଇଛି । କିନ୍ତୁ ୭୫ ହଜାର ଲୋକଙ୍କର ମୃତ୍ୟୁ ହୋଇଛି । ଗୁରୁବାର ଯାଏଁ ଦେଶରେ ୯ ଲକ୍ଷ ୧୯ ହଜାର ୧୮ ଜଣ ଆକ୍ରାନ୍ତ ଚିକିତ୍ସାଧୀ ଥିଲେ ।

କରୋନା ଭାଇରସ ଯୋଗୁଁ ମହାରାଷ୍ଟ୍ରରେ ୬ ଲକ୍ଷ ୮୬ ହଜାର ୪୬୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଏଥିରୁ ୨୭ ହଜାର ୭୮୭ ଜଣଙ୍କର ମୃତ୍ୟୁ ହୋଇଛି । ତାମିଲନାଡୁରେ ୪ ଲକ୍ଷ ୨୩ ହଜାର ୨୩୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୮ ହଜାର ୯୦ ଜଣଙ୍କର ମୃତ୍ୟୁ ହୋଇଛି । କର୍ଣ୍ଣାଟକରେ ୩ ଲକ୍ଷ ୧୫ ହଜାର ୪୩୩ ଜଣ ଆକ୍ରାନ୍ତ ହୋଇଛନ୍ତି । ଏଠାରେ ୬ ହଜାର ୮୦୮ ଜଣଙ୍କର ମୃତ୍ୟୁ ହୋଇଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୨ ହଜାର ୭୬୩ ହୋଇଥିବା ବେଳେ ୪ ହଜାର ୬୨୮ ଜଣଙ୍କର ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶରେ ୪ ଲକ୍ଷ ୨୫ ହଜାର ୬୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ହଜାର ୬୩୪ ଜଣଙ୍କର ମୃତ୍ୟୁ ହୋଇଛି ।

By amfnews

Related Post