Sat. Nov 23rd, 2024

କୋଭିଡ-୧୯: ଆମେରିକାରେ ଦେଢ଼ ଲକ୍ଷ ଲୋକଙ୍କ ମୃତ୍ୟୁ, ବିଶ୍ୱରେ ମୃତକଙ୍କ ସଂଖ୍ୟା ୬.୫୫ ଲକ୍ଷ

By amfnews Jul 28, 2020 #Featured
165 Views

ନୂଆଦିଲ୍ଲୀ, ଜୁଲାଇ ୨୮ : କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ବିଶ୍ୱରେ ଏକ କୋଟି ୬୬ ଲକ୍ଷ ୨୯ ହଜାର ୬୫୧ରେ ପହଂଚିଛି । ମଙ୍ଗଳବାର ସକାଳ ସାଢ଼େ ୬ଟା ବେଳକୁ ଏହି ମାରାତ୍ମକ ଭାଇରସରେ ୬ ଲକ୍ଷ ୫୫ ହଜାର ୮୭୩ ଜଣଙ୍କର ମୃତ୍ୟୁ ହୋଇସାରିଛି । କିନ୍ତୁ କୋଟିଏ ୨୧ ଲକ୍ଷ ୭ ହଜାର ୫୭୩ ଜଣ ସୁସ୍ଥ ହୋଇଥିବା ବେଳେ ୫୭ ଲକ୍ଷ ୫୬ ହଜାର ୨୦୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରେ ୬୬ ହଜାର ୬୦୬ ଜଣଙ୍କର ଅବସ୍ଥା ଗୁରୁତର ରହିଛି ।

ଚୀନର ଉହାନ ସହରରୁ ସମଗ୍ର ବିଶ୍ୱକୁ କରୋନା ଭାଇରସ ବ୍ୟପିଛି । କିନ୍ତୁ ଏହି ମହାମାରୀ ଭାଇରସରେ ଅଧିକ ଅତିଷ୍ଠ ହୋଇଛି ଆମେରିକା, ବ୍ରାଜିଲ ଓ ଭାରତ । ଆମେରିକାରେ ଏପର୍ଯ୍ୟନ୍ତ ୪୪ ଲକ୍ଷ ୩୨ ହଜାର ୫୫୧ ଜଣ ଲୋକ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୫୦ ହଜାର ୪୨୫ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨୧ ଲକ୍ଷ ୩୩ ହଜାର ୮୧୦ ଜଣ ସୁସ୍ଥ ହୋଇଥିବା ବେଳେ ୨୧ ଲକ୍ଷ ୪୮ ହଜାର ୩୧୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏବେବି ୧୯ ହଜାର ୧୪୬ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୨୪ ଲକ୍ଷ ୪୩ ହଜାର ୪୮୦ ସଂକ୍ରମିତ, ୮୭ ହଜାର ୬୭୯ ମୃତ

ଋଷିଆ: ୮ ଲକ୍ଷ ୧୮ ହଜାର ୧୨୦ ଜଣ ସଂକ୍ରମିତ, ୧୩ ହଜାର ୩୫୪ ମୃତ

ଦକ୍ଷିଣ ଆଫ୍ରିକା: ୪ ଲକ୍ଷ ୫୨ ହଜାର ୫୨୯ ଜଣ ସଂକ୍ରମିତ, ୭ ହଜାର ୬୭ ମୃତ

ମେକ୍ସିକୋ: ୩ ଲକ୍ଷ ୯୦ ହଜାର ୫୧୬ ସଂକ୍ରମିତ, ୪୩ ହଜାର ୬୮୦ ଜଣ ମୃତ

ପେରୁ: ୩ ଲକ୍ଷ ୮୪ ହଜାର ୭୭୯ ଜଣ ସଂକ୍ରମିତ, ୧୮ ହଜାର ୨୨୯ ମୃତ

ଚିଲି: ୩ ଲକ୍ଷ ୪୭ ହଜାର ୯୨୩ ସଂକ୍ରମିତ, ୯ ହଜାର ୧୮୭ ଜଣ ମୃତ

ସ୍ପେନ: ୩ ଲକ୍ଷ ୨୫ ହଜାର ୮୬୨ ସଂକ୍ରମିତ, ୨୮ ହଜାର ୪୩୪ ମୃତ

ବ୍ରିଟେନ: ୩ ଲକ୍ଷ ୦୦ ହଜାର ୧୧୧ ସଂକ୍ରମିତ, ୪୫ ହଜାର ୭୫୯ ଜଣ ମୃତ 

ପାକିସ୍ତାନ: ୨ ଲକ୍ଷ ୭୪ ହଜାର ୨୮୯ ଜଣ ସଂକ୍ରମିତ, ୫ ହଜାର ୮୪୨ ମୃତ

By amfnews

Related Post