Thu. Dec 26th, 2024

କୋଭିଡ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ, ୭ ମୃତ ଓ ୩୦ ଉଦ୍ଧାର

By amfnews Aug 9, 2020 #Featured
117 Views

ବିଜୟୱାଡା, ଅଗଷ୍ଟ ୦୯ : ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଥିବା ଏକ କୋଭିଡ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟଣା ଘଟିଛି । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣଙ୍କୁ ଉଦ୍ଧାର କରାଯାଇଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିଜୟୱାଡାର ଏକ ହୋଟେଲକୁ କୋଭିଡ-୧୯ ହସ୍ପିଟାଲ କରାଯାଇଥିଲା । ଏଠାରେ କରୋନା ରୋଗୀମାନଙ୍କୁର ରଖି ଚିକିତ୍ସା କରାଯାଉଥିଲା । କିନ୍ତୁ ଆଜି ପୂର୍ବାହ୍ନ ୫ଟାରେ ହସ୍ପିଟାଲରେ ଅଚାନକ ନିଆଁ ଲାଗିବାରୁ ବଡ଼ ଧରଣର କ୍ଷତି ଘଟିଛି । ସୂଚନା ମିିଳବା ପରେ ଦମକଳ ବାହିନୀ ଓ ପୋଲିସ ଘଟଣାସ୍ଥଳକୁ ପହଂଚିଛନ୍ତି । କିନ୍ତୁ ଏହା ପୂର୍ବରୁ ୭ ଜଣଙ୍କର ଜୀବନ ଦୀପ ଲିଭି ଯାଇଥିବା ବେଳେ ୩୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅଧିକ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

By amfnews

Related Post