Sat. Nov 23rd, 2024

କୋଭିଡ୍ କଟକଣା ମଧ୍ୟରେ ଏଥର ପାଳନ ହେବ ସାଧାରଣତନ୍ତ୍ର ଦିବସ

By amfnews Jan 8, 2021 #Featured
150 Views

ଭୁବନେଶ୍ୱର, ଜାନୁଆରୀ ୮ : ଚଳିତ ବର୍ଷ କୋଭିଡ୍ ନିୟମ ଅନୁସାରେ ରାଜ୍ୟସ୍ତରୀୟ ୭୨ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ।  ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବରେ ପତାକା ଉତ୍ତୋଳନ କରିବେ । ସମ୍ମାନିତ ଅତିଥି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ।

୨୬ ଜାନୁଆରୀ, ସକାଳ ୮.୩୦ ମିନିଟ୍ ସମୟରେ ମହାତ୍ମା ଗାନ୍ଧୀ ମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ପରେଡ଼୍‌ରେ ଆଗରୁ ଯେଭଳି ୪୬ ରୁ ଅଧିକ ଦଳ ଭାଗ ନେଉଥିଲେ ସେ ସଂଖ୍ୟାକୁ ୧୮ଟିରେ ସୀମିତ ରଖାଯାଇଛି ।

କୋଭିଡ୍ ନିୟମ ଅନୁସାରେ କମ୍ ଅତିଥି ଏବଂ ଅଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ହେବ । ଏଥିରେ ସୀମିତ ସଂଖ୍ୟାରେ କୋଭିଡ୍ ଯୋଦ୍ଧାମାନେ ଉପସ୍ଥିତ ରହିବେ । 

ସାଧାରଣ ଜନତା ପରେଡ଼୍‌ ପଡ଼ିଆ ନ ଆସି ଟେଲିଭିଜନ୍‌ ମାଧ୍ୟମରେ ରାଜ୍ୟସ୍ତରୀୟ ପରେଡ଼ ଉତ୍ସବ ଦେଖିପାରିବେ । 

By amfnews

Related Post