Sun. Jun 8th, 2025

କୋଣାର୍କ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ହେଲେ ଅଭିଜିତ ଆୟାର୍‌

By amfnews Oct 28, 2018 #Featured
251 Views

କୋଣାର୍କ: ଆଜି ଅପରାହ୍ଣ ୧୨:୫୦ ରେ ଅଭିଜିତ ଆୟାର୍‌ଙ୍କୁ ପୁଲିସ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଇଛି। କୋଣାର୍କ ମନ୍ଦିର, ଓଡ଼ିଶାର ବିଧାୟକ ଏବଂ ଓଡ଼ିଶା ସଂସ୍କୃତି ପ୍ରତି କଦର୍ଯ୍ୟ ମନ୍ତବ୍ୟ ଦେଇଥିବା ଶ୍ରୀ ଆୟାର୍‌ଙ୍କୁ ଅକ୍ଟୋବର ୨୬ ତାରିଖରେ ପୁଲିସ ୨ ଦିନିଆ ରିମାଣ୍ଡ୍‌ରେ ନେଇଥିଲା।

ତାଙ୍କ ଓକିଲ ଏବଂ ସରକାରୀ ଓକିଲ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ସେମାନଙ୍କର ଯୁକ୍ତି ଉପସ୍ଥାପନ କରିବା ପରେ ଏବେ ଜେଏମ୍‌ଏଫ୍‌ସି ମାଜିଷ୍ଟ୍ରେଟ୍‌ ତାଙ୍କୁ ଭୁବନେଶ୍ୱର ଏସ୍‌ଜିଏମ୍‌ ମାଜିଷ୍ଟ୍ରେଟ୍‌ଙ୍କୁ ହସ୍ତାନ୍ତର କରିଛନ୍ତି।

ଏବେ ତାଙ୍କୁ ନେଇ ପୁଲିସ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଛି।

ଏସ୍‌ଜିଏମ୍‌, ଭୁବନେଶ୍ୱରଙ୍କ ନିଷ୍ପତ୍ତି କ୍ରମେ ତାଙ୍କୁ ଝାରପଡ଼ା କିଂବା ଅନ୍ୟ କୌଣସି ଜେଲ୍‌ରେ ରଖାଯିବାର ବ୍ୟବସ୍ଥା କରାଯିବ।

ତାଙ୍କୁ ନଭେମ୍ବର ୫ ତାରିଖ ଯାଏଁ ନିମାପଡ଼ା ଜେଲ୍‌ରେ ରଖାଯିବ ବୋଲି ଜେଏମ୍‌ଏଫ୍‌ସି ଜଜ୍‌ ସିଏ ଦେଶପ୍ରିୟ ବାରିକ ନିର୍ଦେଶ ଦେଇଥିଲେ।

By amfnews

Related Post