100 Views ଅହମଦାବାଦ : ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟ ଖେଡା ଜିଲ୍ଲାର ପ୍ରଗତିନଗରରେ ଏକ ତିନି ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି। ଅତ୍ୟଧିକ ବର୍ଷା କାରଣରୁ କୋଠାଟି ଭୁଶୁଡ଼ି ଯାଇଥିବା ଜଣାପଡିଛି । ANI ✔@ANI Gujarat: A 3-storey apartment building in Pragatinagar, Nadiad, Kheda district has collapsed. Several feared trapped, rescue operation underway. More details awaited. ୪ ଜଣଙ୍କର ମୃତଦେହ ଏଯାଏ ଉଦ୍ଧାର କରାଯାଇଥିବା ବେଳେ ୫ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୋଠା ତଳେ ଆହୁରି ୭ରୁ ୮ ଜଣ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଦମକଳ ବାହିନୀର ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଖେଡା ଜିଲ୍ଲାର ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣାପଡ଼ିଛି। Post navigation ପାକିସ୍ତାନକୁ ଝଟକା, ରୁଷିଆ କହିଲା ଭାରତର ନିଷ୍ପତ୍ତି ସାମ୍ୱିଧାନିକ ରାହୁଳ ଗାନ୍ଧୀଙ୍କ ଉତ୍ତରାଧିକାରୀ ଚୟନ କରିବାକୁ କଂଗ୍ରେସ ଓ୍ଵାର୍କିଙ୍ଗ୍ କମିଟିର ବୈଠକ ଆରମ୍ଭ