185 Views
ଭୁବନେଶ୍ବର,ନଭେମ୍ବର ୨୯ : କୋଟିପତି ଆଇଏଫଏସଙ୍କ ସହ ସମ୍ପର୍କ ଅଭିଯୋଗ ଜଣାପଡିବା ପରେ ବିଭିନ୍ନ ଲୋକ ବିରୋଧୀ କାର୍ଯ୍ୟ ଯୋଗୁଁ ବିଜୁ ଜନତା ଦଳର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରାଯାଇଛି ।
ପ୍ରଦୀପ ପାଣିଗ୍ରାହୀ ହେଉଛନ୍ତି ଗୋପାଳପୁରର ବିଧାୟକ । ଦଳ ପକ୍ଷରୁ ରବିବାର ଏକ ପ୍ରେସ ବିଜ୍ଞପ୍ତିରେ ପ୍ରଦୀପଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଥିବା ସୂଚନା ଦିଆଯାଇଛି ।
ବିଭିନ୍ନ ଲୋକ ବିରୋଧୀ କାର୍ଯ୍ୟକଳାପ ପାଇଁ ଦଳ ଏହି ନିଷ୍ପତ୍ତି ନେଇଛି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ବହିଷ୍କାର କରାଯାଇଛି ।