Tue. Mar 10th, 2026

କୋଇଲା ଖଣିରେ ଧସି ଦୁଇ ମୃତ, ଅନେକ ଫଶି ରହିଛନ୍ତି

323 Views

ରାଞ୍ଚି, ଜାନୁଆରୀ ୨୩  : ଝାଡଖଣ୍ଡରେ ଧାନବାଦ ନିକଟସ୍ଥ ନିରସା ଥାନା ଅନ୍ତର୍ଗତ କପସରାରେ ଥିବା ଇସିଏଲ୍‌ କୋଇଲା ଖଣିରେ ମଙ୍ଗଳବାର ଅପରାହ୍ନରେ ଏକ ଅଘଟଣ ଘଟିଛି। ଆଜି ସକାଳେ କିଛି ଲୋକେ କୋଇଲା ଚୋରି ପାଇଁ ଖଣି ଭିତରକୁ ଯାଇଥିଲେ। ଏହି ସମୟରେ ଖଣି ଭିତରେ ଏକ ବିଶାଳ କୋଇଲା ଧସକି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ କୋଇଲା ତଳେ ଚାପି ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

By amfnews

Related Post