Sat. Mar 7th, 2026

କୋହଲିଙ୍କ ସଫତଳା ପଛରେ ରହସ୍ୟ ଶାକାହାର !

Indore: Indian cricket captain Virat Kohli gestures during a press conference on the eve of first Test match against Bangladesh, in Indore, Wednesday, Nov 13, 2019. PTI Photo/Kamal Kishore) (PTI11_13_2019_000038B)
178 Views

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟ୍‌ରେ ସଫଳ ହେବାର ରହସ୍ୟ ଉନ୍ମୋଚନ କରିଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି। ନିଜ ଟେଷ୍ଟ୍‌ ସଫଳତାର ଶ୍ରେୟ ସେ ଶାକାହାର ଖାଦ୍ୟକୁ ଦେଇଛନ୍ତି। ଏକ ସାକ୍ଷାତକାର ଅବସରରେ ‌କୋହଲି କହିଛନ୍ତି ଯେ ପୂର୍ବରୁ କେବେ ବି ମୁଁ ଏତେ ଖୁସି ଅନୁଭବ କରି ନଥିଲି। ଶାକାହାରୀ ହେବା ପରେ ହିଁ ଅନେକ କ୍ଷେତ୍ରରେ ମୋର ଉନ୍ନତି ହୋଇଛି।

୨୦୧୬ ଆଇପିଏଲ୍ ଅବସରରେ ମୁଁ କୌଣସି ପ୍ରକାର ମାଂସ ନଖାଇବାକୁ ନିଷ୍ପତ୍ତି ନେଇଥିଲି। ଟେଷ୍ଟ୍‌ କ୍ରିକେଟ୍‌ରେ ଏକାଗ୍ରତା ପାଇଁ ଅଧିକ ସାକ ସବଜି ଖାଇବାକୁ ଚିନ୍ତା କରିଥିଲି। ଟ୍ରେନର ଶଙ୍କର ବାସୁ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମାଂସ ଖାଇଲା ବେଳେ ମୁଁ ଟ୍ବେଣ୍ଟି-୨୦ ଭଲ ଖେଳୁଥିଲି। ହେଲେ ଟେଷ୍ଟ କ୍ରିକେଟର ଲମ୍ବା ପାଳି ପାଇଁ ଦରକାର ଶକ୍ତି ଓ ସାମର୍ଥ୍ୟର ଅଭାବ ରହୁଥିଲା। ଏବେ ଏହି ଅସୁବିଧା ଦୂର ହୋଇଛି। ମୁଁ ସମସ୍ତଙ୍କୁ ଶାକାହାର ଖାଦ୍ୟ ଖାଇବାକୁ ପରାମର୍ଶ ଦେବି।

ଗତକାଲି ଚତୁର୍ଥ ସ୍ଥାନରେ ଆସି ଭାରତୀୟ ଅଧିନାୟକ ବିରାଟ କୋହଲି (୭୦* ରନ୍, ୨୯ ବଲ୍, ୪ ଚୌକା, ୭ ଛକା) ଧୂଆଁଧାର ବ୍ୟାଟିଂ କରିଥିଲେ। ଆଜି ତାଙ୍କ ବ୍ୟାଟ୍ କେବଳ ଚୌକା, ଛକାରେ କଥା କହିଥିଲା। ପଡ଼ିଆର ଚାରିପଟକୁ ସଟ୍ ଖେଳି କୋହଲି ମାତ୍ର ୨୧ ବଲ୍‌ରୁ ୨୪ତମ ଅର୍ଧଶତକ ଛୁଇଁଥିଲେ।

By amfnews

Related Post