Fri. Apr 18th, 2025

କୋଭାସ୍କିନ୍‌ର ପରୀକ୍ଷଣ ପାଇଁ ଭାରତ ବାୟୋଟେକ୍‌କୁ ଚିଠି ଲେଖିଲେ ଆଇସିଏମ୍‌ଆର୍‌ ଡିଜି

By amfnews Jul 3, 2020 #Featured
162 Views

ନୂଆଦିଲ୍ଳୀ: ଦେଶର ପ୍ରଥମ କୋଭିଡ୍‌-୧୯ ପ୍ରତିଷେଧକ ଟୀକା କୋଭାସ୍କିନ୍‌ର ଖୁବ୍‌ ଶୀଘ୍ର ଡାକ୍ତରୀ ପରିକ୍ଷଣ(କ୍ଲିନିକାଲ୍‌ ଟ୍ରାଏଲ୍‌) କରିବା ପାଇଁ ଭାରତ ବାୟୋଟେକ୍‌କୁ ଚିଠି ଲେଖି ଜଣାଇଛନ୍ତି ଆଇସିଏମ୍‌ଆର୍‌ ଡିଜି। ଆଇସିଏମ୍‌ଆର୍‌ ସହ ମିଳିତ ଭାବେ ହାଇଦ୍ରାବାଦସ୍ଥି‌ କମ୍ପାନି ଭାରତ ବାୟୋଟେକ୍‌ ଏହି ଟୀକା ବାହାର କରିଥିବା ବେଳେ ଏହାର ଶୀଘ୍ର ପରୀକ୍ଷଣ କରାଗଲେ ଅଗଷ୍ଟ ୧୫ ସୁଦ୍ଧା  ଫଳାଫଳ ବାହାରିପାରେ ବୋଲି ଆଶା କରାଯାଉଛି। ୧୨ଟି ହସ୍ପିଟାଲ୍‌କୁ ଏହାର ପରୀକ୍ଷଣ ଅନୁମତି ଦେବାକୁ ଭାରତ ବାୟୋଟେକ୍‌କୁ ଆଇସିଏମ୍‌ଆର୍‌ ଡିଜି ଚିଠି ଜରିଆରେ ଜଣାଇଛନ୍ତି।

ଏ ନେଇ ଭାରତ ବାୟୋଟେକ୍‌ର ଅଧ୍ୟକ୍ଷ କହନ୍ତି, ‘ଯଦି କୋଭାସ୍କିନ୍‌ର ଡାକ୍ତରୀ ପରୀକ୍ଷଣ ସୁଫଳ ପ୍ରଦାନ କରେ ତେବେ ୨୦୨୧ ଆରମ୍ଭ ସୁଦ୍ଧା ଏହା ବଜାରରେ ଉପଲବ୍ଧ ହେବ।

ଉଲ୍ଲେଖ‌େଯୋଗ୍ୟ, ଗୋଟାଏ ଦିନରେ ୧୯,୧୪୮ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭାରତରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ଟପିଛି। ଆକ୍ରାନ୍ତଙ୍କ ସଂଖ୍ୟା ସମୁଦାୟ ୬, ୦୪, ୬୪୧ ହୋଇଥିବା ବେଳେ କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୪୩୪ ଜଣଙ୍କର ମୃତ୍ୟୁ ଘଟିଛି ‌ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ରହିଛି।

ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ୫୫ ହଜାରରୁ ଊର୍ଦ୍ଧ୍ବ ନୂତନ କୋଭିଡ୍-୧୯ ସଂକ୍ରମଣ ହୋଇଥିବା ‌ରିପୋର୍ଟ କରିଛି। ଏପର୍ଯ୍ୟନ୍ତ ଆମେରିକାର ଦୈନିକ ସଂକ୍ରମଣ ରିପୋର୍ଟରେ ଏହା ସର୍ବାଧିକ ବୋଲି ‘ରଏଟର୍’ ହିସାବରୁ ଜଣାପଡ଼ିଛି। ଗୁରୁବାର ବିଳମ୍ବିତ ରାତ୍ରୀ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ ନୂତନ ସଂକ୍ରମଣ ସଂଖ୍ୟା ୫୪, ୮୭୯ ଥିଲା। ଏହି ସଂଖ୍ୟା ଜୁନ୍ ୧୯ ତାରିଖ ଦିନ ବ୍ରାଜିଲ୍‌ରେ ହୋଇଥିବା ରେକର୍ଡ ସଂଖ୍ୟକ ସଂକ୍ରମଣ ୫୪, ୭୭୧କୁ ଟପିଯାଇଛି।““““““`

By amfnews

Related Post