Sun. Nov 17th, 2024

କୋଟଗଡ଼ରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲା: ବିଜେପି ମହିଳା ମୋର୍ଚ୍ଚାର କନ୍ଧମାଳ ବନ୍ଦ ଡାକରା

By amfnews Sep 28, 2018 #Featured
161 Views

କନ୍ଧମାଳ, ସେପ୍ଟେମ୍ବର ୨୮: କନ୍ଧମାଳ କୋଟଗଡ଼ରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଏବଂ ପୂର୍ବତନ ବିଜେଡ଼ି ବିଧାୟକ ଦେବେନ୍ଦ୍ର କହଁରଙ୍କ ଅଶ୍ଳୀଳ ଭିଡିଓ ପ୍ରତିବାଦରେ ଆଜି ବନ୍ଦ ଡାକରା ଦିଆଯାଇଛି । ବିଜେପି ମହିଳା ମୋର୍ଚ୍ଚା ୧୨ ଘଂଟିଆ କନ୍ଧମାଳ ବନ୍ଦ ଡାକରା ଦେଇଛି । ଫଳରେ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ, ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି । ଫଳରେ ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଛି ।

ଗତ ୨୨ ତାରିଖରେ କୋଟଗଡ଼ ହାଟପଦା ସାହିର ଏକ ୯ ବର୍ଷର ନାବାଳିକାକୁ ଗଗନ ପ୍ରଧାନ ନାମକ ଜଣେ ଯୁବକ ଉଠାଇ ନେଇ ବଳାତ୍କାର କରିବା ପରେ ଅତି ବିଭତ୍ସଭାବରେ ତଣ୍ଟି ଚିପି ହତ୍ୟା କରିଥିଲା । ତେଣୁ ଅଭିଯୁକ୍ତକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ସହିତ ମୃତ ପରିବାର ବର୍ଗକୁ ୨୦ ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ବିଜେପି ଦାବି କରିଛି । ଜିଲ୍ଲାରେ ନାରୀ ନିର୍ଯ୍ୟାତନା ବଢ଼ିଥବାରୁ ଏହାକୁ ରୋକିବାରେ ଜିଲ୍ଲାପାଳ ଓ ଏସ୍‌ପି ବିଫଳ ହୋଇଛନ୍ତି । ସେଥିପାଇଁ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଇସ୍ତଫା ଦାବି କରିଛି ଦଳ । ସେହିପରି ଦେବେନ୍ଦ୍ର କହଁରଙ୍କ ଭାଇରାଲ ଭିଡିଓକୁ ମଧ୍ୟ ଦଳ ପ୍ରତିବାଦ କରିଛି । ଏହିଭଳି ୧୦ ଦଫା ଦାବି ନେଇ ଦଳ ଆଜି ଆନ୍ଦୋଳନକୁ ଓହ୍ଲାଇଛି । କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହିତ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।

By amfnews

Related Post