Tue. Dec 24th, 2024

କେରଳ ବିମାନ କ୍ରାସ: ରନୱେ ଦେଖି ପ୍ରଥମ ଥର ଲ୍ୟାଣ୍ଡିଂ ହୋଇ ନଥିଲା, ୨ୟ ଥର ଦୁର୍ଘଟଣା

By amfnews Aug 8, 2020 #Featured
139 Views

ନୂଆଦିଲ୍ଲୀ, ଅଗଷ୍ଟ ୦୮ : କେରଳରେ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ବିମାନ ଦୁର୍ଘଟଣା ପରେ ଏବେ ତଦନ୍ତ ଉଦ୍ୟମ ହୋଇଛି ଯେ, କାରଣ କ’ଣ ଥିଲା । ବିମାନ ଦୁର୍ଘଟଣା ହେବା ପୂର୍ବରୁ ସ୍ଥିତି କ’ଣ ଥିଲା । ରିଏଲ ଟାଇମ ଏୟାର ଟ୍ରାଫିକରୁ ଦୁର୍ଘଟଣା ସଂପର୍କିତ ତଥ୍ୟ ହାସଲ କରିବାକୁ ଉଦ୍ୟମ ହେଉଛି । ରିଏଲ ଟାଇମ ଏୟାର ଟ୍ରାଫିକ ଦେଖୁଥିବା ୱେବସାଇଟ ଫ୍ଲାଇଟରାଡାର୨୪ରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ବିମାନର ପାଇଲଟ ପ୍ରଥମ ଥର ଲ୍ୟାଣ୍ଡି କରିନଥିଲେ । କିନ୍ତୁ ୨ୟ ଥର ଲ୍ୟାଣ୍ଡି କଲାବେଳକୁ ଦୁର୍ଘଟଣା ଘଟିଥିଲା ।

ଫ୍ଲାଇଟରାଡାର୨୪ ଅନୁସାରେ ପାଇଲଟ ପ୍ରଥମ ଥର ବିମାନକୁ ଲ୍ୟାଣ୍ଡିଂ କରିବାରେ କିଛି ସମୟ ଗଡ଼ାଇ ଦେଇଥିଲେ । ରନୱେରେ ପାଣି ଥିବା ଯୋଗୁଁ ସେ ବିପଦ ମନେ କରିଥିଲେ । ପ୍ରଥମ ଥର ସେ ବିପଦ ମନେକରି ଲ୍ୟାଣ୍ଡିଂ ନକରି ଆଗକୁ ବଢ଼ିଥିଲେ । କିନ୍ତୁ ସେ ଦ୍ୱିତୀୟ ଥର ଲ୍ୟାଣ୍ଡିଂ କରବାକୁ ଚିନ୍ତା କରିଥିଲେ ଏବଂ ବିମାନ ଅଚାନକ ଖସିଯାଇ ପାଶ୍ୱର୍ରେ ଥିବା ଏକ ଖାଳରେ ପଡ଼ିଥିଲା ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିମାନ ଦୁର୍ଘଟଣାରେ ୧୭ ଜଣ ଯାତ୍ରୀ ଓ ପାଇଲଟ ପ୍ରାଣ ହରାଇଛନ୍ତି । ଏହି ଘଟଣାର ସମ୍ମୁଖୀନ ହୋଇଥିବା ଲୋକେ ଓ ସେମାନଙ୍କର ପରିବାର ଜୀବନରେ ଭୁଲି ପାରିବେ ନାହିଁ ।

By amfnews

Related Post