130 Views
ରାଉରକେଲା, ୬ା୯ : ନିକଟ ଅତୀତରେ କେରଳରେ ଘଟିଯାଇଥିବା ଭୟାବହ ବନ୍ୟା କ୍ଷୟକ୍ଷତି ପାଇଁ ସମବେଦନା ଜଣାଇ ରାଉରକେଲା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ଲିଃ ପକ୍ଷରୁ ୧ ଲକ୍ଷ ୧୮ ହଜାର ରାଶିର ଅନୁଦାନ ଏକ ଚେକ୍ କେରଳ ସରକାରଙ୍କୁ ପ୍ରଦାନ କରାଯାଇଛି । ଏହି ଅନୁଦାନରେ ବ୍ୟାଙ୍କ ନିର୍ଦ୍ଦେଶକ ମଣ୍ଡଳୀ, କର୍ମଚାରୀ ତଥା ଦୈନିକ ଜମା ସଂଗ୍ରହକାରୀ ସହଯୋଗ କରିଥିବା ନେଇ ବ୍ୟାଙ୍କ ସଭାପତି ରାଜେଶ ମହାପାତ୍ର ପ୍ରକାଶ କରିଛନ୍ତି ।
ଅନୁଦାନ କେରଳ ସରକାରଙ୍କୁ ହସ୍ତାନ୍ତର ହୋଇସାରିଛି ବୋଲି ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ରବୀନ୍ଦ୍ର କୁମାର ମିଶ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି । କେରଳ ବନ୍ୟା ପ୍ରପୀଡିତଙ୍କ ଥଇଥାନ ନିମିତ୍ତ ଅନୁକମ୍ପାମୂଳକ ମନୋଭାବ ପାଇଁ ବ୍ୟାଙ୍କର ଗ୍ରାହକ ଓ ଅଂଶୀଦାରମାନେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଛନ୍ତି । ଅନୁଦାନରେ ସହଯୋଗ ପାଇଁ ଶ୍ରୀ ମହାପାତ୍ର ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।