ରାଉରକେଲା, ୨୫ା୮: ରାଉରକେଲା ଶ୍ରମିକ ସଂଘର କାର୍ଯ୍ୟକାରିଣୀ ପରିଷଦ ବୈଠକ ସଭାନେତ୍ରୀ ଡିଏସ୍ ପାଣିକରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବସମ୍ମତି ନିଷ୍ପତ୍ତି ଅନୁଯାୟୀ କେରଳର ପ୍ରଳୟଙ୍କରୀ ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ଟ.୧୦,୦୦୧/-ଙ୍କା (ଦଶ ହଜାର ଏକ ଟଙ୍କା) କେରଳର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଚେକ୍ ନମ୍ବର ୮୦୧୩୨୭, ତା-୨୨.୮.୨୦୧୮ ଦ୍ୱାରା ପ୍ରେରଣ କରାଯାଇଛି । ଏତଦ୍ବ୍ୟତୀତ କେରଳର ଭୟଙ୍କର ବନ୍ୟାରେ ମୃତ୍ୟୁବରଣ କରିଥିବା ନାଗରିକ ଏବଂ କ୍ଷତିଗ୍ରସ୍ତ ହୋଇଥିବା ଜନସାଧାରଣଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଛି । ସଭା ପ୍ରାରମ୍ଭରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଏବଂ ଲୋକସଭାର ପୂର୍ବତନ ବାଚସ୍ପତି ସ୍ୱର୍ଗତ ସୋମନାଥ ଚାଟାର୍ଜୀଙ୍କ ବିୟୋଗରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ଓ ଉଭୟଙ୍କ ବହୁମୁଖୀ ପ୍ରତିଭା ଓ କାର୍ଯ୍ୟାବଳୀ ଉପରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରାଙ୍କ ସହ ଉପସଭାପତି ମଣ୍ଡଳୀ, କୋଷାଧ୍ୟକ୍ଷ, ସମ୍ପାଦକ ମଣ୍ଡଳୀ, ଯୁଗ୍ମ ସମ୍ପାଦକ ଗଣ ଉପସ୍ଥିତ ଥିଲେ ବୋଲି ସଂଘ ସମ୍ପାଦକ ନିହାର ରଞ୍ଜନ ସାମଲ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।
185 Views