Sat. Mar 7th, 2026

କେରଳ ବନ୍ୟାକ୍ଳୀଷ୍ଟ ଜୀବଜନ୍ତୁଙ୍କୁ ଉଦ୍ଧାର କରୁଛନ୍ତି ପ୍ରାଣୀ ଅଧିକାର କର୍ମୀ

312 Views

ତିରୁବନନ୍ତପୁରମ୍‌: ବନ୍ୟା ବିତ୍ପାତ ଯୋଗୁଁ କେରଳରେ ଲୋକେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେବା ସହ ମୃତ୍ୟୁସଂଖ୍ୟା ୩୨୪ ପହଞ୍ଚିଛି; ଜୀବଜନ୍ତୁମାନେ ବି କମ୍‌ ହଇରାଣ ହରକତ ହେଉ ନାହାନ୍ତି। ପରିତ୍ୟକ୍ତ ଜୀବଜନ୍ତୁଙ୍କୁ ଉଦ୍ଧାର କରିବାକୁ ଆନିମଲ୍‌ ରେସ୍କ୍‌୍ୟୁୟର୍ସମାନେ କେରଳରେ ପହଞ୍ଚିଛନ୍ତି।

ରାଜ୍ୟର ଜୀବଜନ୍ତୁମାନଙ୍କୁ ଉଦ୍ଧାର କରିବାକୁ ‘ହ୍ୟୁମେନ୍‌ ସୋସାଇଟି ଇଣ୍ଟର୍‌ନେସ୍‌ନାଲ୍‌ (ଏଚ୍‌ଏସ୍‌ଆଇ) ଇଣ୍ଡିଆର ସ୍ୱେଚ୍ଛାସେବୀ ଏବଂ କର୍ମୀମାନେ ପାରୁପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି।

ଏଚ୍‌ଏସ୍‌ଆଇ ଇଣ୍ଡିଆର ଏକ ଛଅଜଣିଆ ଦଳ ଗତ ୪ ଦିନ ହେବ ନିଲାମ୍ବୁର ଏବଂ ତିରୁରରେ ଉଦ୍ଧାର କାର୍ଯ୍ୟ କରୁଛନ୍ତି। ସେମାନେ କେରଳ ସରକାର ଏବଂ ଏନ୍‌ଡିଆର୍‌ଏଫ୍‌ ସହ ମିଶି କୁକୁର, ବିରାଡ଼ି ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ଠାବ କରି ଉଦ୍ଧାର କରୁଛି।

ଆହତ ଜୀବଜନ୍ତୁଙ୍କୁ ଟିମ୍‌ ଔଷଧ, ଆଶ୍ରୟ ଓ ଖାଦ୍ୟ ଯୋଗାଇ ଦେଉଛି। ଜୀବନକୁ ବାଜି ଲଗାଇ ବନ୍ୟା ପ୍ରଭାବିତ ଅଞ୍ଚଳରେ ବୁଡ଼ି ଯାଇଥିବା ଘରଗୁଡ଼ିକରୁ ପୋଷା ଜୀବଜନ୍ତୁଙ୍କୁ ଉଦ୍ଧାର କରୁଛନ୍ତି।

ଏଚ୍‌ଏସ୍‌ଆଇ ଇଣ୍ଡିଆ କହିବା ଅନୁସାରେ ମାଲପ୍ପୁରମ୍‌ ଜିଲ୍ଲା ଅନ୍ତର୍ଗତ ଏରାହ୍ନିମାଙ୍ଗଦ୍‌ ରିଲିଫ୍‌ କ୍ୟାମ୍ପ୍‌ରେ ୮୦% ଜୀବଜନ୍ତୁ ମରିଛନ୍ତି।
ପ୍ରାଣୀ ଅଧିକାର କର୍ମୀମାନେ ବନ୍ଧା ହୋଇଥିବା ଦୁଇ କୁକୁରଛୁଆ ଓ୍ଵାଲି ଏବଂ ଇଭାକୁ ଉଦ୍ଧାର କରିଛନ୍ତି।

ତ୍ରିଶୂରର ଜଣେ ମହିଳା ତାଙ୍କର ୨୫ଟି କୁକୁରକୁ ଛାଡ଼ି ଯାଇ ପାରିବେ ନାହିଁ ବୋଲି କହିବାରୁ ଏଚ୍‌ଏସ୍‌ଆଇ ଟିମ୍‌ ନିକଟବର୍ତ୍ତୀ ପ୍ରାଣୀ ଚିକିତ୍ସାଳୟରେ କୁକୁରମାନଙ୍କ ଥଇଥାନର ବ୍ୟବସ୍ଥା କରିବା ପରେ ମହିଳାଙ୍କୁ ବୁଡ଼ିଯାଉଥିବା ଘରୁ ଉଦ୍ଧାର କରାଯାଇଥିଲା।

By amfnews

Related Post